Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ ନଆସିବାରୁ ବୁହାହେଲେ ପ୍ରସୂତି, ବାଟରେ କଲେ ପ୍ରସବ

ମହିଳା ଜଣଙ୍କୁ ପରିବାର ଲୋକେ ପାପଲୁର ମେଡିକାଲରେ ପହଞ୍ଚାଇବା ପରେ ଦେଖିଥିଲେ ସେଠାରେ ଡାକ୍ତର କି ଷ୍ଟାଫ ଉପସ୍ଥିତ ନଥିଲେ

ଓଏଲ୍ ବ୍ୟୁରୋ : ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଆଉ ବୁହାହେଲେ ପ୍ରସୂତି। ଏଭଳି ଘଟଣା ଘଟିଛି ମାଲକାନଗିରି ଚିତ୍ରକୋଣ୍ଡା ପାପଲୁର ପଞ୍ଚାୟତ ନାଏଡାଗୁଡା ଗ୍ରାମରେ। ସୂଚନା ଅନୁସାରେ, ମହିଳା ଜଣଙ୍କୁ କଷ୍ଟ ଅନୁଭବ ହେବାରୁ ସଙ୍ଗେ ସଙ୍ଗେ ପରିବାର ଲୋକ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ସଠିକ ସମୟରେ ପହଞ୍ଚି ନଥିଲା।

ଆମ୍ବୁଲାନ୍ସ ସଠିକ ସମୟରେ ନଆସିବାରୁ ପାପଲୁର ପଞ୍ଚାୟତ ନାଏଡାଗୁଡା ଗାଁରୁ ୮କିମି ଚାଙ୍ଗୁଡିରେ ପ୍ରସୂତୀଙ୍କୁ ବୋହି ନେଇଥିଲେ ପରିବାର ଲୋକମାନେ। ତେବେ ଚାଙ୍ଗୁଡ଼ିରେ ପାପଲୁର ମେଡିକାଲ ନେବା ବେଳେ ବାଟରେ ପ୍ରସବ ହୋଇଥିଲା ମହିଳାଙ୍କର। ମହିଳା ଜଣଙ୍କୁ ପରିବାର ଲୋକେ ପାପଲୁର ମେଡିକାଲରେ ପହଞ୍ଚାଇବା ପରେ ଦେଖିଥିଲେ ସେଠାରେ ଡାକ୍ତର କି ଷ୍ଟାଫ ଉପସ୍ଥିତ ନଥିଲେ। ପରେ ପାପଲୁରରୁ ପ୍ରସୂତିଙ୍କୁ ଏକ ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା ମେଡିକାଲ ନିଆଯାଇଥିଲା।