Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ

ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍‌ ରହିଛନ୍ତି।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ଭଞ୍ଜନଗର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ କୁମାର ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପୂର୍ବତନ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ‌ହୋଇଛି।

ଭିଜିଲାନ୍ସ ପଞ୍ଝାରେ ପଡିଥିବା ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ହୋଇଛି। ଭୁବନେଶ୍ୱରର ୪ଟି ଘରେ, ଭଞ୍ଜନଗର ଅଫିସ, ଭଡ଼ା ଘରେ ରେଡ୍‌। ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍‌। ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ୍‌ ରହିଛନ୍ତି।