Odisha Link
Bridging the Missing Links in Odisha

ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପରିଦର୍ଶନ କଲେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ

ଅବକ୍ଷୟ ହେଉଥିବା ପଥରର ସଂରକ୍ଷଣ ପାଇଁ କେମିକାଲ ଟ୍ରିଟ୍‌ମେଣ୍ଟ କରାଯାଉଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଐତିହ୍ୟସ୍ଥଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି। ଗତକାଲି ସେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ମିନାକ୍ଷୀ ଲେଖି କହିଛନ୍ତି ଯେ, ବିଭିନ୍ନ ଆଇଆଇଟିର ବୈଷୟିକ ସହଯୋଗ ନିଆଯାଇଛି। ଅବକ୍ଷୟ ହେଉଥିବା ପଥରର ସଂରକ୍ଷଣ ପାଇଁ କେମିକାଲ ଟ୍ରିଟ୍‌ମେଣ୍ଟ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି, କୋଣାର୍କରେ ଭର୍ତ୍ତି ହୋଇଥିବା ବାଲିକୁ ନିଷ୍କାସନ ପାଇଁ କାମ ଆରମ୍ଭ ହୋଇଛି। ବାଲି ବାହାର କରିବା ପରେ କେତେ ସୁରକ୍ଷିତ ରହୁଛି ଅନୁଧ୍ୟାନ ହେବ। କୀର୍ତ୍ତିରାଜିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି। ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଐତିହ୍ୟସ୍ଥଳୀ ତଥା ଖଣ୍ଡଗିରି, ଉଦୟଗିରି ବୁଲି ଦେଖିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି।

Leave A Reply

Your email address will not be published.