Odisha Link
Bridging the Missing Links in Odisha

ଟେରର ଫଣ୍ଡିଂ ଲିଙ୍କରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ରେଡ୍‌

ଏମିତିକି ଆବଶ୍ୟକ ପାଣ୍ଠି ଯୋଗାଉଥିବା ଏନଆଇଏ ଜାଣିବାକୁ ପାଇଛି।

ଓଏଲ୍‌ ବ୍ୟୁରୋ: ଟେରର ଫଣ୍ଡିଂ ଲିଙ୍କରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ। ୬ଟି ରାଜ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଏନଆଇଏ ରେଡ୍‌। ହରିୟାଣା, ପଞ୍ଜାବ, ରାଜସ୍ଥାନ, ୟୁପି, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ରେଡ୍‌ ଜାରି ରହିଛି। ଆତଙ୍କୀ-ନିଶା-ସ୍ମଗଲର-ଗ୍ୟାଙ୍ଗଷ୍ଟର ଲିଙ୍କ୍‌ରେ ଚାଲିଛି ଚଢ଼ାଉ। ରାଜ୍ୟ ପୁଲିସ ସହାୟତାରେ ଆଜି ସକାଳୁ ଚାଲିଛି ରେଡ୍‌।

ଗତ ୧୫ ତାରିଖରେ ଟେରର ଫଣ୍ଡିଂ ଲିଙ୍କରେ ଏନଆଇଏ ପକ୍ଷରୁ ଜମ୍ମୁ କଶ୍ମୀରର ୬ଟି ଠିକଣାରେ ରେଡ୍ କରାଯାଇଥିଲା। ପାକିସ୍ତାନରେ ବସିଥିବା ଆତଙ୍କବାଦୀ କଶ୍ମୀରରେ ଏଜେଣ୍ଟ ରଖି ଯୁବଗୋଷ୍ଠୀଙ୍କୁ ଆତଙ୍କବାଦରେ ସାମିଲ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ରହିଛି। ଏମିତିକି ଆବଶ୍ୟକ ପାଣ୍ଠି ଯୋଗାଉଥିବା ଏନଆଇଏ ଜାଣିବାକୁ ପାଇଛି।

ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଏନଆଇଏ ଏହି ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଏନେଇ ଜମ୍ମୁ କଶ୍ମୀରର ୬ଟି ଠିକଣାରେ ଚଢ଼ାଉ ଜାରି ରହିଥିଲା। ଏଥିରେ ସିଆରପିଏଫ ଓ ଜମ୍ମୁ କଶ୍ମୀର ପୁଲିସ ଉପସ୍ଥିତ ରହିଛନ୍ତି। ଜମ୍ମୁ କଶ୍ମୀରର ୬ଟି ଠିକଣାରେ ତଦନ୍ତ ଜାରି ରହିଥିବାବେଳେ ହରିୟାଣା, ପଞ୍ଜାବ, ରାଜସ୍ଥାନ, ୟୁପି, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶର ପାଖାପାଖି ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି।

Leave A Reply

Your email address will not be published.