Odisha Link
Bridging the Missing Links in Odisha

ଏଲନ ମସ୍କଙ୍କ ବଡ଼ ଘୋଷଣା, ଏଣିକି ଟ୍ବିଟରରୁ ମିଳିବ ଟଙ୍କା

ଟ୍ୱିଟ ମାଧ୍ୟମରେ ବିଜ୍ଞାପନ ସୃଷ୍ଟି କରୁଥିବେ ଖୁବଶୀଘ୍ର ସେମାନଙ୍କୁ ଟଙ୍କା ଦିଆଯିବ

ଓଏଲ୍‌ ବ୍ୟୁରୋ: ଖୁବ ଜଣାଶୁଣା ଟ୍ବିଟରର ପୂର୍ବତନ ସିଇଓ ଏଲନ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଥର ଟ୍ୱିଟରରୁ ମିଳିବ ଟଙ୍କା। ଟ୍ୱିଟରରେ କଣ୍ଟେଣ୍ଟ ସୃଷ୍ଟି କରୁଥିବା ବ୍ୟବହାରକାରୀଙ୍କୁ ମିଳିବ ଟଙ୍କା। ଯେଉଁ ଟ୍ୱିଟର ବ୍ୟବହାରକାରୀ ମାନେ ନିଜ ଟ୍ୱିଟ ମାଧ୍ୟମରେ ବିଜ୍ଞାପନ ସୃଷ୍ଟି କରୁଥିବେ ଖୁବଶୀଘ୍ର ସେମାନଙ୍କୁ ଟଙ୍କା ଦିଆଯିବ ବୋଲି ଏଲନ ମସ୍କ ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି।

ଏଲନ ମସ୍କ କରିଥିବା ଟ୍ୱିଟ ଅନୁସାରେ, କିଛି ସପ୍ତାହ ମଧ୍ୟରେ ଟ୍ୱିଟର ବିଜ୍ଞାପନ ସୃଷ୍ଟି କରୁଥିବା ୟୁଜର୍ସଙ୍କୁ ସେମାନଙ୍କ ଦେୟ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ୫ ଡଲାର ମିଳିବ। ଏଥିପାଇଁ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି, ଟ୍ୱିଟରର ଭେରିଫାଏଡ ଆକାଉଣ୍ଟଙ୍କୁ ମଧ୍ୟ ଟଙ୍କା ମିଳିବ, ଯଦି ସେମାନେ ବିଜ୍ଞାପନ ଗୁଡିକ ନିଜର ଭେରିଫାଏଡ ଆକାଉଣ୍ଟରେ ଚଳାଇବେ ତେବେ ସେମାନଙ୍କୁ ଟଙ୍କା ଦିଆଯିବ ବୋଲି ଏଲନ ମସ୍କ କହିଛନ୍ତି।

https://twitter.com/elonmusk/status/1667314848856948736?s=20

ସୂଚନା ଅନୁସାରେ, ପୂର୍ବରୁ ଭାରତରେ ଓ୍ୱେବ ୟୁଜର୍ସଙ୍କ ପାଇଁ ଟ୍ୱିଟର ବ୍ଲୁ-ଟିକ୍ ସର୍ଭିସ ଲାଗି ପ୍ରତି ମାସରେ ୬୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲା। ତେବେ ମୋବାଇଲ ୟୁଜର୍ସଙ୍କ ପାଇଁ ସର୍ଭିସ ଚାର୍ଜକୁ ଅଲଗା ରଖାଯାଇଛି। ବ୍ଲୁ-ଟିକ୍ ମୋବାଇଲ୍ ୟୁଜର୍ସଙ୍କ ପାଇଁ ମାସକୁ ୯୦୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ। କେବଳ ଭାରତ ନୁହେଁ ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଜାପାନ ଭଳି ଦେଶଗୁଡିକରେ ୟୁଜର୍ସଙ୍କୁ ଟ୍ୱିଟର ବ୍ଲୁଟିକ୍ ପାଇଁ ମାସକୁ ୮ ଡଲାର ଦେବାକୁ ପଡୁଛି। ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୮୪ ଡଲାର ଦେବାକୁ ପଡୁଛି।

ଆଣ୍ଡ୍ରଏଡ୍ ୟୁଜର୍ସଙ୍କଠାରୁ ଅଧିକ ୩ ଡଲାର ଚାର୍ଜ କରି ଟ୍ୱିଟର ଗୁଗୁଲକୁ କମିଶନ ପ୍ରଦାନ କରିବ। ସେହି ହିସାବରେ ଭାରତରେ ୟୁଜର୍ସଙ୍କୁ ୬୫୦ ଟଙ୍କା, ମୋବାଇଲ୍ ୟୁଜର୍ସଙ୍କୁ ୯୦୦ ଟଙ୍କା ଏବଂ ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଥିବା ଜଣା ପଡିଥିଲା।