Odisha Link
Bridging the Missing Links in Odisha

ବାହାନଗା ବଜାର ଷ୍ଟେସନରେ ରହିବନି କୌଣସି ଟ୍ରେନ୍: ସିପିଆର୍‌ଓ

ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଛି ସିବିଆଇ। ତଦନ୍ତ ଚାଲିଥିବାରୁ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବନି।

ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ରହିବନି। ପାସେଞ୍ଜର, ମେମୁ କିମ୍ବା କୌଣସି ମାଲବାହୀ ଟ୍ରେନ୍ ଅଟକିବନି। ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ କୌଣସି ଟ୍ରେନ୍ ରହିବନି। ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ଏନେଇ ସୂଚନା ଦେଇଛନ୍ତି।

ଖବର ଅନୁସାରେ, ଜୁନ୍‌ ୨ ତାରିଖରେ ବାଲେଶ୍ବର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଚାଲି ଯାଇଥିଲା। ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି।

୬୬୧ ପରିବାରଙ୍କୁ ଦିଆଯାଇଛି ୨୨.୬୬ କୋଟି ସହାୟତା ରାଶି। ୧୮୦ ମୃତକ,୧୫୦ ଗୁରୁତର ଓ ୩୩୧ ଆହତଙ୍କୁ ମିଳିଛି ସହାୟତା ରାଶି। ୨୨.୬୬ କୋଟି ସହାୟତା ରାଶି ପ୍ରଦାନ କରାଯାଇଛି। ସହାୟତା ପ୍ରଦାନ କରାଯାଇଥିବା ସିପିଆରଓଙ୍କ ସୂଚନା।

Leave A Reply

Your email address will not be published.