Odisha Link
Bridging the Missing Links in Odisha

ଯାତାୟତରେ ବାଧା ଦେଉଛି ବର୍ଷା, ଲଗାଣ ବର୍ଷାରେ ମାଲକାନଗିରି-ମୋଟୁ ବିଛିନ୍ନ

ଓଏଲ୍‌ ବ୍ୟୁରୋ: ବର୍ଷାରେ ଭିଜୁଛି ରାଜ୍ୟର ବିଭିନ୍ନ ଜିଲ୍ଲା। କିଛି ସ୍ଥାନରେ ଲଗାଣ ବର୍ଷା ହେତୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ କାଙ୍ଗୁରକୋଣ୍ଡା ପୋଲ ବୁଡ଼ିଯାଇଛି। ୩୨୬ନଂ ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା ପୋଲ ଉପରେ ପାଣି ଚାଲିବାରୁ ମାଲକାନଗିରି-ମୋଟୁ ବିଛିନ୍ନ ହୋଇଯାଇଛି। ମାଲକାନଗିରି-ମୋଟୁ ବିଛିନ୍ନ ହେବାରୁ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି।