Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା: ଦୋଷ ମାନିବାକୁ ଅଭିଯୁକ୍ତ ଗୋପାଳ ପ୍ରସ୍ତୁତ

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ହାଜର ହୋଇଛି। ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

କୋର୍ଟରେ ହାଜର ବେଳେ ଦୋଷ ମାନିବାକୁ ପ୍ରସ୍ତୁତ ଥିବା ଗୋପାଳ କହିଛି। ଗୋପାଳର ମନ୍ତବ୍ୟ ନେଇ ଆଇନଜୀବୀ ସତ୍ୟ ବହିଦାର ସୂଚନା ଦେଇଛନ୍ତି। ଜିଲ୍ଲା ଜଜ୍‌ଙ୍କୁ ଗୋପାଳ କହିଥିଲା ଯେ, ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡି ଅଛି। ଜଜ୍‌ କହିଥିଲେ, ଏବେ ନୁହେଁ, ଚାର୍ଜ ଫ୍ରେମ୍‌ ବେଳେ ଏକଥା କହିବ।