Odisha Link
Bridging the Missing Links in Odisha

ସରକାରଙ୍କର ଚିତା ପ୍ରକଳ୍ପକୁ ଶକ୍ତ ଝଟ୍‌କା: ୫ ମାସରେ ମଲେଣି ୯ ଚିତା 

ଓଏଲ୍‌ ବ୍ୟୁରୋ: ପୁଣି ଏତ ଚିତାବାଘ ବୁଜିଲା ଆଖି। କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଚିତା ବାଘଟି ମାଈ। ସବୁଠୁ ବଡ଼ କଥା ହେଲା ୫ ମାସ ମଧ୍ୟରେ କୁନୋରେ ୯ଟି ଚିତା ବାଘ ଆଖି ବୁଜିଲେଣି। କେଉଁ କାରଣରୁ ଚିତାର ମୃତ୍ୟୁ ହେଲା ଜାଣିବାପାଇଁ ଅଧିକାରୀମାନେ ଚିତାର ବ୍ୟବଚ୍ଛେଦ କରିଛନ୍ତି।

ଗତ ବର୍ଷ ସେପ୍ଟେମ୍ବରରେ କୁନୋ ଜାତୀୟ ଉଦ୍ୟାନକୁ ୨ଟି ପର୍ଯ୍ୟାୟରେ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ ଚିତାଙ୍କୁ ଅଣାଯାଇଥିଲା। କୁନୋରେ ୪ଟି ଶାବକ ଜନ୍ମ ହୋଇଥିଲେ। କିନ୍ତୁ ଏଥି ମଧ୍ୟରୁ ୩ ଶାବକଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି। ସରକାରଙ୍କର ଚିତା ପ୍ରକଳ୍ପକୁ ଶକ୍ତ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ମଧ୍ୟ ନିକଟରେ ଚିତା ମୃତ୍ୟୁ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ଚିତା ପ୍ରକଳ୍ପକୁ ନିଜ ସମ୍ମାନର ପ୍ରସଙ୍ଗ ନକରି ଜରୁରୀ ପଦକ୍ଷେପ ନେବାକୁ ହେବ।

ଗତ ମାସରେ ୪ଦିନ ମଧ୍ୟରେ ୨ ଅଣ୍ଡିରା ଚିତାଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୨୭ରେ ମାଈ ଚିତା ଶାଶାର ମୃତ୍ୟୁ ‌‌ହୋଇଥିଲା। ଏପ୍ରିଲ ୨୩‌ରେ ଅଣ୍ଡିରା ଚିତା‌ ଉଦୟ ଏବଂ ମେ’ ୯ରେ ମାଈ ଚିତା ଦକ୍ଷାର ମୃତ୍ୟୁ ହୋଇଥିଲା। ମେ’ ୨୫ରେ ଚରମ ପାଣିପାଗ ପାଇଁ ୨ ଚିତା ଶାବକଙ୍କ ମୃତ୍ୟୁ ‌ହୋଇଥିଲା।