Odisha Link
Bridging the Missing Links in Odisha

ମଧୁବାବୁ ପେନସନ୍‌ ଯୋଜନା: ନୂଆ ହିତାଧିକାରୀଙ୍କ ପାଇଁ ଅନୁମୋଦନ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ମଧୁବାବୁ ପେନସନ ଯୋଜନାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମଧୁବାବୁ ପେନସନ ଯୋଜନା ପରିସରରେ ଆଉ ୪ଲକ୍ଷ ୧୩ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହିତାଧିକାରୀଙ୍କୁ ସାମିଲ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ରାଜ୍ୟରେ ମୋଟ୍ ହିତାଧିକାରୀ ସଂଖ୍ୟା ୩୨.୭୫ ଲକ୍ଷ ହୋଇଥିବାବେଳେ ଯୋଜନାରେ ସାମିଲ ହୋଇଥିବା ନୂଆ ହିତାଧିକାରୀ ୧୫ ଅଗଷ୍ଟରେ ପେନସନ୍‌ ପାଇବେ ବୋଲି ସୂଚନା ରହିଛି।