Odisha Link
Bridging the Missing Links in Odisha

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୬ଟି ଅଗ୍ନିଶମ ଗାଡ଼ି

ଓଏଲ୍‌ ବ୍ୟୁରୋ: ଦିଲ୍ଳୀ ଏମ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ। ହସ୍ପିଟାଲର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ନେଇ ଖବର ସାମ୍ନାକୁ ଆସିଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ଏଥିରେ କାହାର କ୍ଷତି ଘଟିନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସର୍ଟ ସର୍କିଟରୁ ନିଆଁ ଲାଗିଲା ନା କେଉଁ କାରଣ ପାଇଁ ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ।  ନିଆଁ ଚାରିଆଡକୁ ବ୍ୟାପିଯିବାର ଆଶଙ୍କା ଥିବାରୁ  ଅନ୍ୟ ବିଭାଗକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି।  ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଅଗ୍ନିକାଣ୍ଡ କାରଣରୁ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ଏଯାଏଁ କ’ଣ କ୍ଷୟକ୍ଷତି ଘଟିଛି ସେନେଇ କୌଣସି ସୂଚନା ମିଳି ନାହିଁ।

Leave A Reply

Your email address will not be published.