Odisha Link
Bridging the Missing Links in Odisha

ସିଏମ୍‌ଓ-ବସ୍‌ ମାଲିକ ସଂଘ ବୈଠକ ଶେଷ: ଏବେ ବି ଆନ୍ଦୋଳନ ନିଷ୍ପତ୍ତି ବଳବତ୍ତର

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ବସ ସଂଘ ଧର୍ମଘଟ ଡାକରା ଦେଇଛି। ଏହାପରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବୈଠକ ହୋଇଛି। ବସ ସଂଘର ସଦସ୍ୟ ବୈଠକରେ ଉପସ୍ଥିତ ରହିଥିବା ଜଣାପଡିଛି। ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତାକାଲି ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ସରକାର ଦାବି ପୂରଣ ନକରିବା ଯାଏ ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଗଡିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଥିଲା। ତେବେ ଏହା ପରେ ସିଏମ୍‌ଓ-ବସ୍‌ ମାଲିକ ସଂଘ ବୈଠକ ହୋଇଥିଲା।

ଏହା ପରେ ସଂଘ ସଂପାଦକ ସୂଚନା ଦେଇଥିଲେ। ସେ କହିଛନ୍ତି ସରକାର ଆମ ଦାବି ଶୁଣିଛନ୍ତି, ଦାବି ଯଥାର୍ଥ ବୋଲି କହିଛନ୍ତି। ଆଲୋଚନା ନେଇ ଆମେ ଷ୍ଟିୟରିଂ କମିଟି ବୈଠକରେ ଜଣାଇବୁ। ଷ୍ଟିୟରିଂ କମିଟି ନିଷ୍ପତ୍ତି ଅନୁସାରେ ଆମେ ଚୂଡ଼ାନ୍ତ ପଦକ୍ଷେପ ନେବୁ। ଆମକୁ ଲିଖିତ ପ୍ରତିଶ୍ରୁତି ଦରକାର ସଂଘ ସଂପାଦକ କହିଛନ୍ତି। ଏବେ ବି ଆନ୍ଦୋଳନ ନିଷ୍ପତ୍ତି ବଳବତ୍ତର ରହିଛି ବୋଲି ସଂଘ ସଂପାଦକ କହିଛନ୍ତି।