Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ମକଦ୍ଦମାକାରୀଙ୍କ ପାଇଁ ସୁଗମ ହେବ ଇ-ଫାଇଲ୍ ବ୍ୟବସ୍ତା

ଓଏଲ୍ ବ୍ୟୁରୋ: ସୁପ୍ରିମକୋର୍ଟ ପକ୍ଷରୁ ଏକ ବଡ଼ ନିର୍ଦ୍ଦେଶନାମା ଜାରି ହୋଇଛି। ସମସ୍ତ ଅଭିଯୋଗ ଏବଂ ଆବେଦନ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ପାଇଁ ଏକ ବିକଳ୍ପ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସୂଚନା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ମକଦ୍ଦମାକାରୀଙ୍କ ପାଇଁ ଇ-ଫାଇଲ୍ ସୁଗମ ହେବା ନିଶ୍ଚିତ କରିବାକୁ କୋର୍ଟ ରାଜ୍ୟ ସୂଚନା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଏହି ବ୍ୟବସ୍ତା ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।