Odisha Link
Bridging the Missing Links in Odisha

ବିଜେପିକୁ ଯିବେ ସୌମ୍ୟ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ଏସବୁ ମଧ୍ୟରେ ନିିକଟରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଖୁବ୍‌ ଚର୍ଚ୍ଚା। ତାଙ୍କର ଆଗାମୀ ରାଜନୈତିକ ଯାତ୍ରା କ’ଣ ରହିବ ତାକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏସବୁ ମଧ୍ୟରେ କିଛି ଜାତୀୟ ଗଣମାମଧ୍ୟମ ସୌମ୍ୟଙ୍କ ରାଜନୈତିକ ଯାତ୍ରାକୁ ନେଇ ଦେଇଛନ୍ତି ବଡ଼ ଅପଡେଟ୍।

ନ୍ୟୁଜ୍‌ ଆରେନା ଇଣ୍ଡିଆ ନାମକୁ ଏକ ଗଣମାଧ୍ୟମ ସଂସ୍ଥା ଟ୍ବିଟ୍‌ କରି କହିଛି ଯେ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେପିରେ ଖୁବଶୀଘ୍ର ଯୋଗଦାନ କରିି ପାରନ୍ତି। ଯାହାକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଯୋର ଧରିଛି। ଏପରିକି ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟପାଳ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟ ପ୍ରକାଶ ପାଇବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡିଥିଲା। ଯେଉଥିପାଇଁ ପ୍ରଥମେ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା ବିଜେଡି। ଏହାପରେ ସେ ସମ୍ବାଦ ଖବରକାଗଜ ସମ୍ପାଦକ ପଦରୁ ମଧ୍ୟ ବୀରତି ନେଇଥିଲେ।

Leave A Reply

Your email address will not be published.