Odisha Link
Bridging the Missing Links in Odisha

ଆଶ୍ଚର୍ଯ୍ୟକର ଘଟଣା: ନିଜେ ଲୁଟି ଆଣିଲେ ଲୁଟ୍‌ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଓଏଲ୍‌ ବ୍ୟୁରୋ: ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। କେତେବେଳେ କେଉଁ ସରକାରୀ ବାବୁ ତ କେତେବେଳେ ସାଧାରଣ ଜନତା ଏହି ଲୁଟେରା ଗ୍ୟାଙ୍ଗର ଶିକାର ହେଉଛନ୍ତି। ଏଥର କିନ୍ତୁ ଅତି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ନିଜେ ଲୁଟି ଲୁଟ୍‌ ଅଭିଯୋଗ କରିଥିବା ଖବର ସାମ୍ନାକୁ ଆସିଛି। ନିଜେ ଲୁଟି ଲୁଟ୍‌ ଅଭିଯୋଗ ଆଣିଥିବା ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ୩.୩୩ ଲକ୍ଷ ଲୁଟିଥିବା ଜଣେ କଂପାନୀ ଏଜେଣ୍ଟଙ୍କୁ ପୁଲିସ ଗିରଫ କରଛି।

ଆଇଟିସି କମ୍ପାନୀର ଜଣେ ଏଜେଣ୍ଟ ୩.୩୩ ଲକ୍ଷ ଟଙ୍କା ଆଦାୟ କରିଥିଲେ। ବ୍ୟାଙ୍କରେ ଟଙ୍କା ଜମା ନକରି ଗେମ୍‌ରେ ଟଙ୍କା ଉଡ଼ାଇ ଦେଇଥିଲେ। ଟଙ୍କା ଖର୍ଚ୍ଚ ହୋଇଯିବାରୁ ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ ଓ ୩ ସାଙ୍ଗ। ଟଙ୍କା ଲୁଟ ହୋଇଗଲା ବୋଲି ଥାନାରେ ଏତଲା ଦେଇଥିଲେ। ଏହା ପରେ ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।