Odisha Link
Bridging the Missing Links in Odisha

ବେଆଇନ୍ ଗର୍ଭପାତ ଅଭିଯୋଗରେ ମାଲିକ ଗିରଫ

ନୟାଗଡ଼: ନୟାଗଡ଼ ଟାଉନ ଥାନା ଅଞ୍ଚଳ ଆନନ୍ଦ ଭବନ କ୍ଲିନିକରେ ବେଆଇନ୍ ଗର୍ଭପାତ ଅଭିଯୋଗ। କ୍ଲିନିକରେ ବେଆଇନ ଗର୍ଭପାତ ନେଇ ମାଲିକଙ୍କୁ ବାନ୍ଧିଲା ପୁଲିସ। ନୟାଗଡ଼ ଆନନ୍ଦ ଭବନ କ୍ଲିନିକରେ ସ୍ପେସିଆଲ ସ୍କ୍ୱାଡ୍ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲା। ସେଠାରେ ଗର୍ଭପାତ ହେଉଥିବା ପ୍ରମାଣ ମିଳିବା…

କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡର ଦର ବଢ଼ିବା କାରଣରୁ ଖାଉଟୀଙ୍କୁ ଚିନ୍ତାରେ ଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଟିକେ ଆଶ୍ୱସ୍ତି ମିଳିଛି। ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର…

ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହରେ ହୋହାଲ୍ଲା। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି।  ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୧୨ଟା ୩୪ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ଆଜି ଠାରୁ…

ମାଓବାଦୀଙ୍କ ବର୍ବରତା: ଗ୍ରାମରକ୍ଷୀଙ୍କୁ…

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା। ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରକ୍ଷୀଙ୍କୁ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ। ବିଳମ୍ବିତ ରାତ୍ରିରେ ୮ରୁ ୧୦ ମାଓବାଦୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା…

ଶୋକ ପ୍ରସ୍ତାବ ସହ ଆରମ୍ଭ ହେଲା ମୌସୁମୀ…

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାଵ ଆଗତ କରିଛନ୍ତି । ବିଧାନସଭାର…

କରୋନାରେ ୮ ବର୍ଷର ନାବାଳିକା ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଶିଶୁମାନଙ୍କ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କରୋନାରେ ଆଜି ଜଣେ ୮ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାପଡିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଟ୍ୱିଟର ତଥ୍ୟରୁ ଏହି ସୂଚନା ମିଳିଛି।…

୬ରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏନେଇ SOP ମଧ୍ୟ ଜାରି ହୋଇଛି।…

ପୁଣି ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ଗ୍ୟାସ୍ ଦର। ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ଘରୋଇ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ମଧ୍ୟବିତ୍ତଙ୍କ ପକେଯ ଉପରେ ମାଡ କରିଛି। ୧୫ ଦିନ ମଧ୍ୟରେ ଅଣ-ସବସିଡିଯୁକ୍ତ…

ଆଜି ଓଏସ୍ଏସ୍‌ଟିଇଟି ପରୀକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍ ଇଲିଜିବେଲିଟି ଟେଷ୍ଟ ବା ଓଏସ୍ଏସ୍‌ଟିଇଟି ପରୀକ୍ଷା। ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଚଳିତବର୍ଷ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।…

କରୋନା ନେଲା ଆଉ ୫୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ଥମୁନି। ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୨କୁ ବୃଦ୍ଧି ପାଇଛି।…