Odisha Link
Bridging the Missing Links in Odisha

ପୁଣି ବଢ଼ିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ଗ୍ୟାସ୍ ଦର। ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ଘରୋଇ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ତୈଳଦର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ଗ୍ୟାସ୍ ଦର ବୃଦ୍ଧି ମଧ୍ୟବିତ୍ତଙ୍କ ପକେଯ ଉପରେ ମାଡ କରିଛି।

୧୫ ଦିନ ମଧ୍ୟରେ ଅଣ-ସବସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢ଼ିଛି। ଅଣ-ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଦାମ ୨୫ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର ୭୫ ଟଙ୍କା ବଢ଼ିଛି। ଏହି ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୮୮୪ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ସିଲିଣ୍ଡର ଦର ୮୫୯ ଟଙ୍କା ୫୦ ପଇସା ଥିଲା।

ଦର ବୃଦ୍ଧି ପରେ କୋଲକାତାରେ ୧୪.୨ କେଜି ସିଲିଣ୍ଡର ଦାମ ୯୧୧ ଟଙ୍କା, ମୁମ୍ବାଇରେ ୮୮୪ ଟଙ୍କା ୫୦ ପଇସା, ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀ ୧ରୁ ନେଇ ଆଜି ଯାଏଁ ୮ ମାସ ମଧ୍ୟରେ ଗ୍ୟାସ୍ ଦର ୧୯୦ ଟଙ୍କା ବୃଦ୍ଧି ପାଇଛି। ଜାନୁଆରୀରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ଦର ୬୯୪ ଟଙ୍କା ଥିଲା ଏବେ ଏହା ବୃଦ୍ଧି ପାଇ ୮୮୪ ଟଙ୍କା ୫୦ ପଇସାରେ ପହଞ୍ଚିଛି।

Leave A Reply

Your email address will not be published.