Odisha Link
Bridging the Missing Links in Odisha

VVPATକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସମସ୍ତ ଆବେଦନ ଖାରଜ

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନର ଦ୍ବିତୀୟ ଚରଣ ମତଦାନ ଚାଲିଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟ VVPATକୁ ନେଇ ସୁପ୍ରିମ ରାୟ ଶୁଣାଇଛନ୍ତି। VVPAT ଯାଞ୍ଚ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ବାଲାଟ ପେପରରେ ମତଦାନ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି। ଇଭିଏମ୍‌ ଦ୍ବାରା ହିଁ ନିର୍ବାଚନ ହେବ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ରାୟ ଶୁଣାଇ କହିଛନ୍ତି, ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ।୪୫ ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ। ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ।ଇଞ୍ଜିନିୟରମାନେ ମାଇକ୍ରୋ କଣ୍ଟ୍ରୋଲରର ମେମୋରୀ ଯାଞ୍ଚ କରିବେ। ପ୍ରାର୍ଥୀଙ୍କୁ ଏହି ଅନୁସନ୍ଧାନର ଖର୍ଚ୍ଚ ବହନ କରିବାକୁ ପଡିବ। ଯଦି ଏହା ଭୁଲ ପ୍ରମାଣିତ ହୁଏ, ତେବେ ଟଙ୍କା ଫେରସ୍ତ ହେବ ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ଶୁଣାଣି କରି ସମସ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି। ଏଥିସହ ନିର୍ବାଚନରେ ବାଲାଟ ପେପରର ପୁନଃ ବ୍ୟବହାର କରିବାକୁ ହୋଇଥିବା ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ।

Leave A Reply

Your email address will not be published.