Odisha Link
Bridging the Missing Links in Odisha

ଆଜି ଓଏସ୍ଏସ୍‌ଟିଇଟି ପରୀକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍ ଇଲିଜିବେଲିଟି ଟେଷ୍ଟ ବା ଓଏସ୍ଏସ୍‌ଟିଇଟି ପରୀକ୍ଷା। ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଚଳିତବର୍ଷ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି।

ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ପରୀକ୍ଷା ଉପରେ ତୀକ୍ଷଣ ନଜର ରଖିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ, ଡିଇଓଙ୍କୁ କୁହାଯାଇଛି। ଯଦି କୌଣସି ପରୀକ୍ଷାର୍ଥୀ କପି କରି ଧରାପଡ଼ନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବାସନ୍ଦ କରାଯିବ। ଏନେଇ ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply

Your email address will not be published.