Odisha Link
Bridging the Missing Links in Odisha

ବେଆଇନ୍ ଗର୍ଭପାତ ଅଭିଯୋଗରେ ମାଲିକ ଗିରଫ

ନୟାଗଡ଼: ନୟାଗଡ଼ ଟାଉନ ଥାନା ଅଞ୍ଚଳ ଆନନ୍ଦ ଭବନ କ୍ଲିନିକରେ ବେଆଇନ୍ ଗର୍ଭପାତ ଅଭିଯୋଗ। କ୍ଲିନିକରେ ବେଆଇନ ଗର୍ଭପାତ ନେଇ ମାଲିକଙ୍କୁ ବାନ୍ଧିଲା ପୁଲିସ। ନୟାଗଡ଼ ଆନନ୍ଦ ଭବନ କ୍ଲିନିକରେ ସ୍ପେସିଆଲ ସ୍କ୍ୱାଡ୍ ଏବଂ ଟାଉନ ଥାନା ପୋଲିସ ମିଳିତ ଚଢ଼ାଉ କରିଥିଲା। ସେଠାରେ ଗର୍ଭପାତ ହେଉଥିବା ପ୍ରମାଣ ମିଳିବା ପରେ ନୟାଗଡ଼ ତହସିଲଦାର କ୍ଲିନିକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରି ଦେଇଛନ୍ତି।

ପୋଲିସ କ୍ଲିନିକ ମାଲିକ ସତ୍ୟପ୍ରିୟ ସ୍ୱାଇଁ ଏବଂ ଗର୍ଭପାତ କରାଇବାକୁ ଆସିଥିବା ମହିଳାଙ୍କ ସମେତ ୫ଜଣ ଷ୍ଟାଫଙ୍କୁ ଅଟକ ରଖି ଅଧିକ ପଚାରାଉଚରା ଜାରି ରଖିଛିl ଗତ କିଛି ଦିନ ତଳେ ଏଭଳି ଏକ କ୍ଲିନିକକୁ ପ୍ରଶାସନ ସିଲ୍‌ କରିଥିବା ବେଳେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଅଭାବ କାରଣରୁ କ୍ଲିନିକ ମାଲିକ ମାନେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରି ଚାଲିଛନ୍ତି। ଏ ଦିଗରେ ଅଧିକ ତଦନ୍ତ ସହ ପଦକ୍ଷେପ ନିଆଯିବ ବୋଲି ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ କହିଛନ୍ତି।

Leave A Reply

Your email address will not be published.