Odisha Link
Bridging the Missing Links in Odisha

ଶୋକ ପ୍ରସ୍ତାବ ସହ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଯୋଡ଼ି ହୋଇଛନ୍ତି। ମୌସୁମୀ ଅଧିବେଶନରେ ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାଵ ଆଗତ କରିଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱଳ୍ପ କାଳୀନ ଅଧିବେଶନରେ ୮ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୧୨ଟି ବିଲ୍ ଆସିବ।ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏମ୍ସର ଅତିଥି ଭବନରୁ ଯୋଡ଼ି ହୋଇଛନ୍ତି। ଅନ୍ୟ ନେତା ମଧ୍ୟ ଭିସି ଜରିଆରେ ଯୋଡି ହୋଇପାରିବ ବୋଲି ଗୃହରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Leave A Reply

Your email address will not be published.