Odisha Link
Bridging the Missing Links in Odisha

ମାଓବାଦୀଙ୍କ ବର୍ବରତା: ଗ୍ରାମରକ୍ଷୀଙ୍କୁ ରାସ୍ତା ଉପରେ ହତ୍ୟା

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା। ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରକ୍ଷୀଙ୍କୁ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ। ବିଳମ୍ବିତ ରାତ୍ରିରେ ୮ରୁ ୧୦ ମାଓବାଦୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା ଉପରେ ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମାଓବାଦୀ ଏକ ଚିଠି ଛାଡ଼ି ଯାଇଛନ୍ତି।

ସିପିଆଇ ମାଓବାଦୀ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ହାତ ଲେଖା ଚିଠି ଛଡ଼ାଯିବା ସହ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା କୁହାଯାଇଛି। ପୂର୍ବରୁ ମାଓବାଦୀ ସନ୍ତୋଷ ଦଣ୍ଡସେନାକୁ ଅନେକ ଥର ପୋଲିସ୍ ଇନଫର୍ମର କାମରୁ ନିବୃତ୍ତ ରହିବା ପାଇିଁ ଚେତାବନୀ ଦେଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

Leave A Reply

Your email address will not be published.