Odisha Link
Bridging the Missing Links in Odisha

ନୟାଗଡ଼: ଭାଇରାଲ ହେଲା ବିଜେଡି ପ୍ରାର୍ଥୀ ଓ ବିଜେପି ନେତାଙ୍କ ବାର୍ତ୍ତାଳାପ, ଶୁଣନ୍ତୁ…

ନୟାଗଡ଼: ଜିଲ୍ଲାରେ ଦୁଇଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଗୋଟିଏ ଫୋନ୍‌ ବାର୍ତ୍ତାଳାପ। ବିଜୁ ଜନତା ଦଳର ରଣପୁର ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଓ ବିଜେପି ନେତା ସନ୍ନ୍ୟାସୀ ପ୍ରଧାନଙ୍କ ମଧ୍ୟରେ ୫ ମିନିଟ ୪୮ ସେକେଣ୍ଡ ଅବଧିର ଏ ବାର୍ତ୍ତାଳାପଟି ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେଡି-ପିଜେପିର ସମ୍ପର୍କ ବି ପଦାରେ ପକାଇଛି।

ସଦ୍ୟ ରଣପୁର ପାଇଁ ବିଜେଡି ଟିକେଟ ପାଇଥିବା ସତ୍ୟ ନାରାୟଣ ଓରଫ୍‌ ବାଦଲ ବିଜେପି ନେତାଙ୍କୁ ସହଯୋଗ ଭିକ୍ଷା କରୁଥିବା ବେଳେ ପଞ୍ଚାୟତ ନିର୍ବାଚନ ବେଳେ ଅସହଯୋଗ କରିଥିବା ନେଇ ପାଲଟା ଅଭିଯୋଗ ବାଢ଼ୁଛନ୍ତି ବିଜେପି ନେତା। ତେବେ ବିଜେଡି ପ୍ରାର୍ଥୀ ସଫେଇ ଦେଉଛନ୍ତି ଯେ ତାଙ୍କର ସମର୍ଥନ ଦୁଇ ବର୍ଷ ତଳେ ବି ସନ୍ନ୍ୟାସୀଙ୍କ ପାଇଁ ଥିଲା। କେବଳ ସେତେବେଳର ରଣପୁର ବିଧାୟକ ରବି ନାରାୟଣ ମହାପାତ୍ରଙ୍କ ଅଭିଯୋଗ ଏଡ଼ାଇବା ପାଇଁ ସେ ନାମକୁ ମାତ୍ର ସନ୍ନ୍ୟାସୀଙ୍କୁ ବିରୋଧ କରିଥିଲେ କହି ମନେଇବାକୁ ଚେଷ୍ଟା କରିଛନ୍ତି।

ଅନ୍ୟପଟେ ସନ୍ନ୍ୟାସୀ ବିଜେଡିର ପୁରୀ ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ ସାହୁଙ୍କ ସହ ସମ୍ପର୍କରେ ଥିବା କହୁଛନ୍ତି।

ଶୁଣନ୍ତୁ ପୂରା ବାର୍ତ୍ତାଳାପ; କିଏ କଣ କହିଥିଲେ-

Comments are closed.