Odisha Link
Bridging the Missing Links in Odisha

ଭୂକମ୍ପରେ ଦୋହଲିଲା ପିଓକେ, ୫ମୃତ ୫୦ ଆହତ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଭାରତ ଓ ପାକିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଝଟକାରେ ଦୋହଲିଛି ପାକିସ୍ତାନ ଅଧିକୃତ କଶ୍ମୀର। ଭୂମିକମ୍ପରେ ପିଓକେରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଥିସହିତ ଭୂକମ୍ପ ପାକ୍‌ ଅଧିକୃତ କଶ୍ମୀରରେ ବହୁ କ୍ଷୟକ୍ଷତି ଘଟାଇଛି। ବହୁ ଘର ଭାଙ୍ଗିଥିବା ଏବଂ ଅନେକ ମୃତାହତ ହୋଇଥିବା ସୂଚନା ରହିଛି। ପିଓକେର ମିରପୁର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ପାଖାପାଖି ୨ରୁ ଅଧିକ କିଲୋମିଟର ରାସ୍ତା ଫାଟି ଆଁ କରି ରହିଛି। ଏଥିସହିତ ସିଆଲକୋଟ, ସରଗୋଧା, ମାନସେରା, ଚିତ୍ରାଲ ବି କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବିକ ଉଦ୍ଧାର ପାଇଁ କ୍ଷତିଗ୍ରସ୍ତ ଅଞ୍ଚଳକୁ ସେନା ପଠାଇଛି ପାକିସ୍ତାନ। ସେନା ସହ ମେଡିକାଲ ଟିମ୍‌ ପଠାଯାଇଥିବା ନେଇ ସୂଚନା ଦେଲେ ପାକିସ୍ତାନ ସେନା ମୁଖପାତ୍ର।

ଭୂମିକମ୍ପ ପିଓକେରେ ବହୁ କ୍ଷୟକ୍ଷତି ଘଟାଇଛି । ଭୂମିକମ୍ପରେ ବହୁ ଜାଗାରେ ରାସ୍ତା ଭୁଶୁଡ଼ି ପଡ଼ିଯାଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୪ଟା ୩୩ ସମୟରେ ଉତ୍ତର ଭାରତର ବିଭିନ୍ନ ଜାଗାରେ ଅନୁଭୂତ ହୋଇଥିଲା ଭୂମକମ୍ପ। ଦିଲ୍ଲୀ ଏନସିଆ, କାଶ୍ମୀର, ପଞ୍ଜାବ, ହରିୟାଣା ଓ ଚଣ୍ଡିଗଡ଼ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ଜାଟଲାନ ଏବଂ ଏହା ଲାହୋରଠାରୁ ୧୭୩ କିଲୋମିଟର ଦୂରରେ ବୋଲି ଜଣାପଡ଼ିଥିଲା।

Comments are closed.