Odisha Link
Bridging the Missing Links in Odisha

ବଜ୍ରାଘାତରେ ଚାଲିଗଲା ଜଣଙ୍କର ଜୀବନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଠେବରା ଗ୍ରାମରେ ଆଜି ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସୁରେନ ମୁଣ୍ଡାଙ୍କ ପତ୍ନୀ ଜଏମିନି ମୁଣ୍ଡା ବୋଲି ଜଣା ପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଜଏମିନି ବିଲକୁ କାମ କରିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ସମୟରେ ବିଜୁଳି ମାରିଥିଲା। ଫଳରେ ଜଏମିନି ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Comments are closed.