Odisha Link
Bridging the Missing Links in Odisha

ପିଆଜ ଦର ଖୁବଶୀଘ୍ର କମିବ: କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ। ଯାହାକୁ ନେଇ ଖାଉଟି ଚିନ୍ତାରେ ରହିଛନ୍ତି। ଦେଶର ସ୍ଥାନେ ସ୍ଥାନେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କାରେ ପହଞ୍ଚିଲାଣି। ଏହି ସମୟରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ସାମାନ୍ୟ ଆଶ୍ବସ୍ତି ଦେଇଛି ଗ୍ରାହକ ମାନଙ୍କୁ। ଏହି ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି ପାଇଁ ସରକାର ନାଫେଡ ମାଧ୍ୟମରେ ପିଆଜ ଆମଦାନୀ କରାଯାଉଛି। ଏଣୁ ଆଗାମୀ କିଛି ଦିନ ମଧ୍ୟରେ ଦର ହ୍ରାସ ପାଇବ ବୋଲି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ସେ କହିଛନ୍ତି ଯେ ନାଫେଡ ବା ଜାତୀୟ କୃଷି ସମବାୟ ମାର୍କେଟିଂ ମହାସଂଘ ପକ୍ଷରୁ କେନ୍ଦ୍ରୀୟ ଷ୍ଟକରୁ ପିଆଜ ଆଣି ବଜାରରେ କମ ଦାମ ( କିଲୋଗ୍ରାମ ପିଛା ୨୨ ଟଙ୍କାରେ) ବିକ୍ରି କରାଯାଉଛି।
ସୂଚନାଥାଉକି, ଦେଶର ପ୍ରମୁଖ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରରେ ଗତ ଦୁଇ ମାସ ଧରି ପ୍ରବଳ ବର୍ଷା ଲାଗି ରହିଛି। ଏହା ଯୋଗୁଁ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି। ଦେଶର ପ୍ରମୁଖ ପିଆଜ ମଣ୍ଡି ନାସିକର ଲସଲଗାଁଓରେ ପିଆଜ ଏବେ ପିଆଜଦର ବଢିଚାଲିଛି।

Comments are closed.