Odisha Link
Bridging the Missing Links in Odisha

ଦାଦା ସାହେବ୍‌ ଫାଲ୍‌କେ ସମ୍ମାନ ପାଇବେ ବିଗ୍‌ ବି

ମୁମ୍ବାଇ: ବଲିୁଉଡ ଜଗତର ବାଦ୍‌ଶାହା ତଥା ସମସ୍ତଙ୍କ ପ୍ରିୟ ବିଗ୍‌ ବି ସୁପରଷ୍ଟାର ଅଭିନତାଭ ବଚ୍ଚନଙ୍କୁ ମିଳିବ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ। ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରି ଘୋଷଣା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଏହି ଟ୍ୱିଟ୍‌ରେ ଲେଖିଛନ୍ତି, ଗତ ୨ ପିଢ଼ି ଧରି ଆମକୁ ମନୋରଞ୍ଜନ ଯୋଗାଇଆସିଥିବା ଏବଂ ଆମକୁ ପ୍ରେରଣା ଯୋଗାଇ ଆସିଥିବା କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ୍‌ ଫାଲ୍‌କେ ପାଇଁ ମନୋନୀତ କରଯାଇଛି। ପୂରା ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ମାନେ ଏଥିରେ ଖୁସି ପ୍ରକାଶ କରିଛନ୍ତି। ମୁଁ ଅମିତାଭଙ୍କୁ ଅଭିନନ୍ଦନ ଜଣାଉଛି।

ସୂଚନାଯୋଗ୍ୟ ଯେ, ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲ୍‌କେ ବା ଦାଦା ସାହେବ୍‌ ଫାଲ୍‌କେଙ୍କ ନାମରେ ଦିଆଯାଇଥାଏ।

Comments are closed.