Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଏହି ଯୋଡ଼ି !

ମୁମ୍ବାଇ : ବଲିଉଡରେ ଏବେ ଆଉ ନୂଆ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ସେମାନେ ହେଲେ କ୍ୟୁଟ୍‌ କପଲ୍ ଆଲିଆ ଓ ରଣବୀର। କିନ୍ତୁ ଦୁହେଁ କେବେ ବିବାହ କରିବେ ତାହା ସ୍ପଷ୍ଟ କରିନାହାନ୍ତି । ଆଲିଆ ରଣବୀରଙ୍କୁ ନିଜ ମନର ମଣିଷ ଭାବି ସାରିଛନ୍ତି । କିଛି ଦିନ ତଳେ ଏକ ବାହାଘର ନିମନ୍ତ୍ରଣ କାର୍ଡରେ ଆଲିଆ ଓ ରଣବୀରଙ୍କ ନାଁ ଥିଲା ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛନ୍ତି । ଏହି କାର୍ଡରେ ଉଲ୍ଲେଖ କରାଯାଇଛି କି ରାଜସ୍ଥାନର ଯୋଧପୁରରେ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ସେମାନଙ୍କ ବାହାଘର ହେବ କିନ୍ତୁ ଏହା ଫେକ୍ ବୋଲି ଜଣାପଡ଼ିଥିଲା। ଆଲିଆଙ୍କୁ ତାଙ୍କ ପ୍ରଶଂସକ ପଚାରିଥିଲେ କି ୨୦୧୯ରେ ତାଙ୍କ ପାଇଁ କେଉଁଟି ସବୁଠୁ ସୁନ୍ଦର ମୁହୂର୍ତ୍ତ ଥିଲା। ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଏକ ଭିଡିଓ ଶେଆର କରି ପ୍ରଶଂସକ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।


ଆଲିଆ ଉତ୍ତରରେ କହିଥିଲେ, “ଚଳିତ ବର୍ଷ ମୋତେ ସିନେମାରେ ଫେୟାର ଆୱାର୍ଡ ମିଳିଥିଲା। ରଣବୀର କପୁରଙ୍କୁ ମଧ୍ୟ ଏହି ଆୱାର୍ଡ ମିଳିଥିଲା। ଏହି ଆୱାର୍ଡ ପାଇବା ପରେ ଆମେ ଦୁହେଁ ଏକାଠି ଷ୍ଟେଜ୍‌ ଉପରେ ଥିଲୁ ଓ ଆମର ବହୁତ ଫଟୋ ଉଠାଯାଇଥିଲା। ସେଇଟା ମୋ ପାଇଁ ଗୋଟେ ସ୍ୱତନ୍ତ୍ର ମୁହୂର୍ତ୍ତ ଥିଲା। କାରଣ ମୁଁ ଏମିତି ଏକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲି।” ଦର୍ଶକ ଏ ଦୁହେଁଙ୍କୁ କେବେ ଏକାଠି ପରଦାରେ ଦେଖିବେ ତାହା ଚାହିଁ ବସିଛନ୍ତି ।କିନ୍ତୁ ଏହାର ଏବେ ଅନ୍ତ ଘଟିବାକୁ ଯାଉଛି ,ସେମାନେ ‘ବ୍ରହ୍ମାସ୍ତ୍ର’ ସିନେମାରେ ଏକାଠି ନଜର ଆସୁଛନ୍ତି ।

Comments are closed.