Odisha Link
Bridging the Missing Links in Odisha

ଦୀପାବଳିରେ ଜଗିବେ ଅଗ୍ନିକ

ଭୁବନେଶ୍ୱର: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର। ଚାରିଆଡେ଼ ଜଳିବ ଦୀପ। ଆଉ ଫୁଟିବ ବାଣ। ସମସ୍ତେ ସମସ୍ତଙ୍କୁ ଶୁଭ ଦୀପାବଳି ବୋଲି କହି ଶୁଭେଚ୍ଛା ପ୍ରଦାନ କରୁଥିଲେ ହେଁ ଏହି ସମୟରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇ ଦିଆଯାଇନପାରେ। ତେବେ ସୁରକ୍ଷିତ ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ଏକଦମ ପ୍ରସ୍ତୁତ ଅଛି। ଅଘଟଣ ଏଡ଼ାଇବାକୁ ୫ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ୯୦୦ ଗାଡ଼ି ପ୍ରସ୍ତୁତ ଅଛି। ସମସ୍ତ ୩୩୭ ଅଗ୍ନିଶମ କେନ୍ଦ୍ରକୁ ଆଲର୍ଟ କରାଯାଇଛି। ୩୫୦ ଜଣ ଅଫିସର ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାଛଡ଼ା କଟକରେ ୫ଟି ଓ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲା ଯାଇଛି। ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ସମ୍ବଲପୁରରେ ବି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଛି। ସବୁଠାରୁ ବଡ଼ କଥା ହେଲା ଦୀପାବଳି ସମୟରେ ଗଳିକନ୍ଦିରେ ନିଆଁ ଲାଗିଲେ ସେଠାକୁ ଦମକଳ ଗାଡ଼ି ଯାଇନପାରିଲେ ତାହାର ବିକଳ୍ପ ବ୍ୟବସ୍ଥା କରାଯାଇଛି। ଗଳିକନ୍ଦିରେ ନିଆଁ ଲାଗିଲେ ଲିଭାଇବା ପାଇଁ ସ୍ୱତନ୍ତ୍ର ବାଇକ ବ୍ୟବସ୍ଥା କରାଯାଇଥିବା ଚିପ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚାନ ଦେଇଛନ୍ତି ।

Comments are closed.