Odisha Link
Bridging the Missing Links in Odisha

ବିପଦ ସଂକେତ ଉପରେ ଜଳକା ନଦୀ

ଭୁବନେଶ୍ବର: ଲଘୁଚାପର ଲଗାଣ ବର୍ଷା ପରେ ଦୁଇ ଦିନ ଧରି ଫୁଲୁଛି ଜଳକା ନଦୀ । ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବ୍ଲସ୍ତା ବ୍ଲକର ମଥାନୀ ଠାରେ ଜଳକାର ବିପଦ ସଂକେତ ହେଉଛି ୫ ଦଶମିକ ପାଞ୍ଚ ଶୂନ ମିଟର। ହେଲେ ବର୍ତମାନ ୬.୪୯ ମିଟରରେ ପ୍ର୍ରବାହିତ ହେଉଛି ପାଣି। ଲଘୁଚାପ ଦୁର୍ବଳ ହୋଇଥିବାରୁ ବସ୍ତାରେ ବର୍ଷା ନାହିଁ। ହେଲେ ଉପରମୁଣ୍ଡ ମୟୂରଭଂଜରେ ବି ବର୍ଷା ନାହିଁ। ତେବେ ରାତି ୪ଟା ପର ଠାରୁ କିନ୍ତୁ ଜଳକାର ଜଳସ୍ତର ସ୍ଥିର ରହିଛି। ଏଥିରେ ହ୍ରାସ ଦେଖିବାକୁ ମିଳୁନି। ତଳିଆ ଅଂଚଳରେ ଧାନ ଜମି ଗୁଡିକରେ ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଅଛନ୍ତି ଚାଷୀ।
ଅନ୍ୟପଟେ ଦୁଇ ଦିନ ଧରି ଲଘୁଚାପର ଲଗାଣ ବର୍ଷା ପରେ ପିପିଲିରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ସ୍ଥିତି। ବର୍ଷା କମିଯାଇଛି , ହେଲେ ଚିନ୍ତା ବଢାଇ ଦେଇଛି ବର୍ଷା ପରର ସ୍ଥିତି। କାରଣ ବର୍ଷା ପରେ ପରେ ଜମି ରହିଛି ଆଣ୍ଠୁଏ ଉଚ୍ଚରେ ପାଣି। ଏହାରି ଭିତରେ ବୁଡି ରହିଛି ଶହ ଶହ ହେକ୍ଟରର ଧାନ ଫସଲ। ଜଳ ନିଷ୍କାସନ ହୋଇପାରୁନଥିବାରୁ ପିପିଲି ବ୍ଲକର ୪ଟି ପଂଚାୟତର ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି । କେନାଲରେ ବର୍ଷା ପାଣି ନିଷ୍କାସନ ନହେଲେ ଏପରି ବର୍ଷା ପାଣିରେ ବୁଡି ରହି ଧାନ ଫସଲ ପଚି ନଷ୍ଟ ହୋଇଯିବ ବୋଲି ଚାଷୀ ଆଶଙ୍କାରେ ଅଛନ୍ତି।

Comments are closed.