Odisha Link
Bridging the Missing Links in Odisha

ଗୋଟିଏ ନମ୍ବର ୧୩ଟି ଗାଡ଼ି!

ଭୁବନେଶ୍ବର: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ସେହିପରି ଓଡ଼ିଶାରେ ମଧ୍ୟ ଲାଗୁ ହୋଇଛି। ହେଲେ ଏହି ନିୟମକୁ ରାଜ୍ୟ ସରକାର ୩ମାସ କୋହଳ କରିଛନ୍ତି ଅର୍ଥାତ ଡିସେମ୍ବର ମାସ ପର୍ଯ୍ୟନ୍ତ ଏହି ନିୟମ ରାଜ୍ୟରେ କୋହଳ ହୋଇଛି। ହେଲେ ଏହାରି ମଧ୍ୟରେ ଦେଖିବାୁ ମିଳିଛି ଏକ ଘଟଣା। ଟ୍ରାଫିକ୍‌ ନିୟମକୁ ଖୁଲମଖୁଲା ଉଲଘଂନ କରିଛନ୍ତି ଜଣେ ଗାଡ଼ିର ମାଲିକ।

ରାଜଧାନୀ ଭୁବନେଶ୍ବରରେ ଗୋଟିଏ ଗାଡ଼ି ନମ୍ବରରେ ଦେଖିବାକୁ ମଳିଛି ଅନେକ ଗାଡ଼ଇ। ଏକଥା ଆଶ୍ଚର୍ଯ୍ୟ ଲାଗିଲେ ସତ ଅଟେ। ଘଟଣାନୁଯାୟୀ ଜଣେ ସଚେତନ ନାଗରିକ ନିହାର ରଞ୍ଜନ ରାଉତ ସମାନ ନମ୍ବର ଥିବା ୨ଟି ଟାଟା ଏସିଇ ଗାଡି ଦେଖିବାକୁ ପାଇଥିଲେ । ଏହାର ଫଟୋ ଉଠାଇ ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ରାଜ୍ୟ ପରିବହନ ନିଗମ, ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କୁ ଟ୍ୟାଗ୍ କରିଥିଲେ ।

ପରେ ସିପି ସୁଧାଂଶୁ ଷଡଙ୍ଗୀ ଟ୍ରାଫିକ ଡିସିପି ନାଥଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ତଦନ୍ତ ବେଳେ ୨ଟି ନୁହଁ ବରଂ ସମାନ ରେଜିଷ୍ଟ୍ରସନ ହୋଇଥିବା ନମ୍ବର ଥିବା ୧୩ଟି ଗାଡ଼ି ଧରିଥିଲା କମିଶନରେଟ୍ ପୋଲିସ । ଓଡି-୦୨-ୟୁ-୧୨୯୯, ଓଡି-୦୨-ସି-୨୫୯୯ , ଓଡି-୦୨-ସି-୦୪୯୯ ନମ୍ୱର ବିଶିଷ୍ଟ ଏ ସମସ୍ତ ଗାଡ଼ିକୁ ବ୍ୟବସାୟିକ କାମରେ ବ୍ୟବହୃତ କରାଯାଉଥିବା କହିଛି କମିଶନରେଟ ପୁଲିସ୍।

Comments are closed.