Odisha Link
Bridging the Missing Links in Odisha

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ସରକାରଙ୍କ କୋପ ଦୃଷ୍ଟି

ଭୁବନେଶ୍ବର: ଭିଜିଲାନ୍ସ ମାମଲା ରହିଥିବା କର୍ମଚାରୀଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୧୧ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୧ ଅଧିକାରୀଙ୍କ ବିରୋଧରେ ରାଜସ୍ବ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି। ଦୁଇ ଓଏଏସ ବିଜୟିନୀ ବିଶ୍ବାଳ ଓ ପ୍ରଦୀପ ବେହେରା ବହିଷ୍କୃତ ହୋଇଛନ୍ତି। ସେହିପରି ଅନ୍ୟ ୯ ଜଣଙ୍କ ପେନସନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ସମସ୍ତ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ଭିଜିଲାନ୍ସ ମାମଲା ରହିଛି।
ନବୀନ ଏଥର ପୁଣି କ୍ଷମତାକୁ ଫେରିବା ପରେ ୫ଟି କାର୍ଯ୍ୟକ୍ରମକୁ ସବୁ ସ୍ତରରେ ବହୁଳ ବ୍ୟବହାର ପାଇଁ ପ୍ରୟାସ କରୁଛନ୍ତି। ସେଥିରେ ଟ୍ରାନସପାରେନ୍ସି ବା ସରକାରୀ ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ ଗୁରୁତ୍ବ ଦିଆଯାଉଛି। ଏହାର ଫଳ ସ୍ବରୂପ ଦୁର୍ନୀତିଗ୍ରସ୍ତ ଓ ନିକମା କର୍ମଚାରୀଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ।

Comments are closed.