Odisha Link
Bridging the Missing Links in Odisha

ସୌରଭଙ୍କ ପ୍ରସ୍ତାବରେ ବିରାଟଙ୍କ ହଁ

ମୁମ୍ୱାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ସଭାପତି ଭାବେ ଦାୟିତ୍ବ ତୁଲାଉଛନ୍ତି ସୌରଭ ଗାଙ୍ଗୁଲି। ସେ ଦାୟିତ୍ବ ନେଉ ନେଉ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ମୁମ୍ୱାଇରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦିନିକିଆ ଡେ’ ନାଇଟ୍ ମ୍ୟାଚ୍ ଭଳି ଟେଷ୍ଟ ମ୍ୟାଚ୍‌କୁ ଡେ ନାଇଟ୍ କରିବା ପାଇଁ ସେ କୋହଲିଙ୍କ ପରାମର୍ଶ ଲୋଡ଼ିଥିଲେ। କୋହଲି ତାଙ୍କ ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି।

ଏଣୁ ଆଗାମୀ ଦିନରେ ବିସିସିଆଇ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି ବୋଲି କୁହାଯାଉଛି। ବେଶ୍‌ କିଛି ବର୍ଷ ହେବ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ୍ କଥା ଆଲୋଚନା ହେଉଥିବା ବେଳେ ଗାଙ୍ଗୁଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତା ଦେଖାଇଥିବା କୁହାଯାଉଛି।

ଏହା ବି ଶୁଣିବାକୁ ମିଳିଛି ଯେ ବିସିସିଆଇ ପ୍ରଥମ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନରେ କରିବ। ଗାଙ୍ଗୁଲିଙ୍କ ସମ୍ମାନରେ ବେଙ୍ଗଲ କ୍ରିକେଟ ଆସୋସିଏସନ ଏହି ମ୍ୟାଚ୍ ଆୟୋଜନ କରିବ। ତେବେ ମ୍ୟାଚ୍ କେବେ ହେବ, ସେ ନେଇ କିଛି ସୂଚନା ଆସି ନାହିଁ।

Comments are closed.