Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ପଦ ଉପରେ ଶିବସେନାର ନଜର, ଅମିତ୍‌ ଶାହ କହିଲେ..

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି-ଶିବସେନା ସପକ୍ଷରେ ଯାଇଛି। ଫଳାଫଳ ଆସିବା ପରେ ମହାରାଷ୍ଟ୍ରରେ ରାଜନୈତିକ ଚର୍ଚ୍ଚା ଲାଗି ରହିଛି। କିଏ ହେବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସେ ନେଇ ଚାଲିଛି ଅଙ୍କକଷା। ବିଜେପି ଦେବେନ୍ଦ୍ର ଫଡନଭିସ୍‌ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନିଷ୍ପତି ନେଇଥିବା ବେଳେ। ଅପରପକ୍ଷେ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ଜୋର ଚର୍ଚ୍ଚା ହେଉଛି। ଦେବେନ୍ଦ୍ର ଫଡନଭିସ୍ ନା ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିର୍ବାଚନରେ ବିଜେପି-ଶିବସେନାର ବିଜୟକୁ ନେଇ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ କାହାକୁ କେଉଁ ପଦ ମିଳିବ ତାହା ଦୀପାବଳି ପରେ ଆଲୋଚନା ହେବ ବୋଲି ଅମିତ୍‌ ଶାହା କହିଛନ୍ତି।

ଏହି ସମୟରେ ମହାରାଷ୍ଟ୍ରରେ ୫୦-୫-ଫର୍ମୁଲାରେ ସରକାର ଗଠନ କରିବା ପାଇଁ ଶିବସେନା ଦାବି ଉଠାଇଛି । ୨୮୮ ଆସନରୁ ଏଥର ବିଜେପିକୁ ୧୦୫ଟି ଆସନ ମିଳିଥିବାବେଳେ ଶିବସେନାକୁ ମିଳିଛି ୫୬ଟି ଆସନ । କଂଗ୍ରେସକୁ ୪୪ ଏବଂ ଏନ୍ସିପିକୁ ୫୪ଟି ସିଟ୍ ମିଳିଛି। ବଡ କଥା ହେଉଛି ବିଜେପି ଓ ଶିବସେନା ମେଣ୍ଟକୁ ମ୍ୟାକିଜ୍ ନମ୍ବର ମିଳିଯାଇଥିଲେ ବି ଏଠାରେ ବିରୋଧୀ ଅଧିକ ସଶକ୍ତ ହୋଇଛି। ବିଜେପିର ମିଶନ ୨୦୦ ଆସନ ନାରା କିନ୍ତୁ ଫେଲ ମାରିଯାଇଛି।

ଫଡନବିସଙ୍କୁ ବିଜେପି ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଅଣ୍ଟା ଭିଡିଥିବା ବେଳେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ଭୋଟରେ ବିଜୟୀ ହୋଇଥିବା ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କ୍ଷେତ୍ର ପ୍ରସ୍ତୁତ କରୁଛି ଶିବସେନା।

ସରକାର ଗଠନ ପୂର୍ବରୁ ବିଜେପିକୁ ଫିଫ୍ଟି ଫିଫ୍ଟି ଫର୍ମୂଲା ମନେପକାଇଛି ଶିବସେନା । ନିର୍ବାଚନ ପୂର୍ବରୁ ହୋଇଥିବା ଆଲୋଚନା ଅନୁସାରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ହେବ ବୋଲି ସ୍ପଷ୍ଟ କରିଛି ଶିବସେନା । ଅପରପକ୍ଷରେ ଉଭୟ ଦଳ ମଧ୍ୟରେ ଯାହା ବି ନିଷ୍ପତି ହୋଇଛି, ସେ ନେଇ ଖୁବ୍ ଶୀଘ୍ର ସମସ୍ତେ ଜାଣିବାକୁ ପାଇବେ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ।

Comments are closed.