Odisha Link
Bridging the Missing Links in Odisha

ବ୍ୟବସାୟୀଙ୍କୁ ଗୁଳିମାଡ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସିଙ୍ଗିପୁର ଗାଁରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡ ଫଲରେ ବ୍ୟବସାୟୀ ସୁଶାନ୍ତ ପାତ୍ର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା ଜଣାପଡିଛି। ସାମାନ୍ୟ କଥାକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ବାରିକ ନାମକ ଜଣେ ଯୁବକ ସୁଶାନ୍ତଙ୍କ ଦୋକାନକୁ ଆସି କିଛି ଜିନିଷ ମାଗିଥିଲା। ସୁଶାନ୍ତ ସେତେବେଳେ ଦୋକାନରେ ଅନୁପସ୍ଥିତ ଥିଲେ। ସୁଶାନ୍ତଙ୍କ ପୁଅଙ୍କୁ ସେ ଜିନିଷ ମାଗିବାରୁ ସେ ତାର ମା’ଙ୍କୁ ଡାକିଥିଲେ। କୌଣସି କାରଣରୁ ଯୁବକ ଜଣଙ୍କ ତାଙ୍କ ମା’ଙ୍କୁ ଗାଳିଗୁଲଜ କରିଥିଲେ। ସେହି ସମୟରେ ଦୋକାନ ନିକଟରେ ବ୍ୟବସାୟୀ ସୁଶାନ୍ତ ପାତ୍ର ପହଞ୍ଚି ଯୁବକ ଜଣଙ୍କୁ ବୁଝାସୁଝା କରି ଘରେ ଛାଡିଥିଲେ। ପରେ ଯୁବକ ଜଣଙ୍କ ଉଗ୍ର ରୂପ ଧାରଣ କରି ପିସ୍ତଲ ଧରି ଆସି ବ୍ୟବସାୟୀ ସୁଶାନ୍ତ ପାତ୍ରଙ୍କୁ ଗୁଳି କରିଥିଲା। ଫଳରେ ସୁଶାନ୍ତଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଛତ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସୁଶାନ୍ତ ଏବେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.