Odisha Link
Bridging the Missing Links in Odisha

ଏଟିଏମ୍‌ରୁ ଲୁଟ୍ ଉଦ୍ୟମ କଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ: ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବଜାରରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମରୁ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଏଟିଏମ ମେସିନର ସମ୍ମୁଖ ଭାଗଟି ଭାଙ୍ଗିବା ସହ ସିସିଟିଭି ଓ ଲାଇଟ୍ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି ।
ଘଟଣାସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କର ଅଧିକାରୀ ଆସିବା ପରେ ଦୁର୍ବୃତ୍ତମାନେ କେତେ ଟଙ୍କା ଲୁଟ୍ କରିଛନ୍ତି କି ଲୁଟରେ ସକ୍ଷମ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ।

Comments are closed.