Odisha Link
Bridging the Missing Links in Odisha

କାନ୍ଥ ଭୁଷୁଡି ୧୦ମାସର ଶିଶୁ ମୃତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ରେ ଅଭାବନୀୟ ଘଟଣା ଘଟିଛି। ଘର କାନ୍ଥ ଭୁଷୁଡି ପଡିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଦିଗପହଣ୍ଡି ବ୍ଲକ୍ ବଜ୍ରଗୁମା ଗାଁର ସନ୍ତୋଷ କୁମାର ନାଇକ ତାଙ୍କ ପରିବାର ସହ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଷୁଡି ପଡିଛି। ଫଳରେ ସନ୍ତୋଷଙ୍କ ୧୦ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Comments are closed.