Odisha Link
Bridging the Missing Links in Odisha

ମିଶିଲେ ବିଜେପି ବିଜେଡି: ସୁର

ଭୁବନେଶ୍ୱର: ଶେଷ ହୋଇଛି ବିଜେପୁର ଉପନିର୍ବାଚନ। ଆଉ ଏଥିରେ ବିଜେଡି ଏକ ନୂଆ ରେକର୍ଡ ସହ ବାଜିମାତ କରିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ତେବେ ନିଜର ପରାଜୟ ପାଇଁ ଉଭୟ ବିଜେପି ଓ କଂଗ୍ରେସ ବିଜେଡି ଉପରେ ଦୋଷ ଲଦୁଥିବାବେଳେ ଶନିବାର କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଖାଲି ସେତିକି ନୁହେଁ ବିଜେପୁରରେ ବିଜେପି ବିଜେଡି ସହ ହାତ ମିଶାଇ ଦେଇଥିବା କହିଛନ୍ତି।
ଶ୍ରୀ ରାଉତରାୟ କହିଛନ୍ତି ଯେ, ବିଜେପୁରରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିଥିଲା। ମାଳ ମାଳ ନେତା ଜଗିଥିଲେ। ସେଠାରେ ବିଜେପି ଓ କଂଗ୍ରେସ ଅଚେତ ହୋଇ ମରିପଡ଼ିଥିଲେ। ବିଜେପୁରରେ କଂଗ୍ରେସର କିଛି ନଥିଲା। ସେଠାରେ ଦଳୀୟ ପ୍ରାର୍ଥୀ ଏକା ବୁଲୁଥିଲେ। ପୋଷ୍ଟର, ବ୍ୟାନର, ଅଫିସ ଓ ଟଙ୍କା, କଂଗ୍ରେସର କିଛି ନଥିଲା।
କଂଗ୍ରେସ ଭଳି ବିଜେପୁରରେ ବିଜେପିର ସମ ଅବସ୍ଥା ରହିଥିଲା। ବିଜେପିର ବି ପୋଷ୍ଟର କି ବ୍ୟାନର ନଥିଲା। ବିଜେପି ସେଠାରେ ବିଜେଡି ସହ ହାତ ମିଳାଇ ଦେଲା। ସେଠାରେ ବିଜେପି ଓ କଂଗ୍ରେସ ଅଚେତ ହୋଇ ମରିପଡ଼ିଥିଲେ। ବିଜେପୁରରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିଥିଲା। ପୁରୁଷଙ୍କୁ ୨ ହଜାର, ମହିଳାଙ୍କୁ ୧୫୦୦ ଓ ଯୁବକଙ୍କୁ ହଜାରେ ଟଙ୍କା ଲେଖାଏଁ ବିଜେଡି ପକ୍ଷରୁ ବଣ୍ଟାଯାଇଥିଲା। ଏଭଳି ସ୍ଥିତି ଦେଖି କଂଗ୍ରେସ ସେଠାରେ ହାରିଯିବ ବୋଲି ମୁଁ କହିଥିଲି। ଯଦି ମୁଁ କହିଲି ବୋଲି ଆମେ ହାରିଲୁ ବୋଲି କହୁଛନ୍ତି, ତେବେ ମୁଁ ଦାୟୀ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

Comments are closed.