Odisha Link
Bridging the Missing Links in Odisha

ଆଦିତ୍ୟ ଭାରତ ପ୍ରକାଶନ ସଂସ୍ଥା ପୁସ୍ତକ ଉନ୍ମୋଚନ ସମାରୋହ

ଭୁବନେଶ୍ୱର : ଓଡିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାରକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ କିଶୋର ସାହିତ୍ୟକୁ ବଳିଷ୍ଠ କରବାକୁ ପଡିବ ବୋଲି ବିଶିଷ୍ଠ ସାହିତ୍ୟ ଦାଶ ବେନହୁର ଆଦିତ୍ୟଭାରତ ପ୍ରକାଶନ ସଂସ୍ଥାର ପୁସ୍ତକ ଉନ୍ମୋଚନ ସମାରୋହ କହିଛନ୍ତି। ମନୁଷ୍ୟ ଜୀବନରେ ସାହିତ୍ୟ ପ୍ରଭାବ ବିଷୟରେ ଯୁକ୍ତି ଦର୍ଶାଇ ବେନହୁର କହିଥିଲେ ଜଣେ ସାହିତ୍ୟ ଅନୁରାଗୀ ମନୁଷ୍ୟ ପିଲାଟି ଦିନରୁ ସାହିତ୍ୟ ପ୍ରେମୀ ହୋଇଥିଲେ ମଧ୍ୟ ପାଠକ ହେବା ପାଇଁ ଅଗ୍ରହ ପ୍ରକାଶ କରିଥାଏ। ଏଣୁ ଓଡିଆ ସାହିତ୍ୟ ନୂତନ ପାଠକ ସୃଷି କରିବା ପାଇଁ କିଶୋର ସାହିତ୍ୟ ଅଧିକ ବଳିଷ୍ଠ ହେବା ଜରୁରୀ। ତେବେ ଆଧୁନିକ ଯାନ୍ତ୍ରୀକ ସମାଜରେ ପୁସ୍ତକ ପଠନର ଆଗ୍ରହ କରୁଥିବାରୁ ଡିଜିଟାଲ ମାଧ୍ୟମରେ ଏହାର ପ୍ରଚାରପ୍ରସାର ହେଉ ବୋଲି ମଧ୍ୟ ସେ କହିଥିଲେ। ଅଭିଭାବକମାନେ ଟିଭି ତଥା ମୋବାଇଲ ବ୍ୟବହାରର ଭଲ ଗୁଣ ଗୁଡିକୁ ଗ୍ରହଣ କରି ଡିଜିଟାଲ ମାଧ୍ୟମରେ କିଶୋର ଅବସ୍ଥାରୁ  ବାଳକବାଳିକାମାନଙ୍କୁ ସାହିତ୍ୟ ଓ ଓଡିଆ ଭାଷାପ୍ରତି ଆଗ୍ରହ ସୃଷ୍ଟି କରାଇବା ଯୋଗୁ ଅନୁରୋଧ କରିଥିଲେ।

ଓଡିଆ ଭାଷାରପ୍ରଚାର ଓ ପ୍ରସାର ପାଇଁ ଅଗ୍ରଣୀ ଭୁମିକାରେ ନିଜକୁ ଦେଖୁଥିବା ଆଦିତ୍ୟଭାରତ ପ୍ରକାଶନ ଓ ଆଦିତ୍ୟଭାରତ ଡିଜିଟାଲ ପ୍ରକାଶନ ତରଫରୁ ସଂସ୍ଥା ମୁଖ୍ୟ ଦେବାଶିଷ ସାମନ୍ତରାୟ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନୁବାଦ ଉପରେ ଗୁରୁତ୍ବ ଦିଆଯିବା ଦରକାର ବୋଲି କହିଥିଲେ। ପ୍ରତି ବର୍ଷ ଓଡିଆ ଭାଷାର ଦୁଇଟି ଶ୍ରେଷ୍ଠ କୃତିକୁ ଆଦିତ୍ୟଭାରତ ଅନୁବାଦ କରି ପ୍ରକାଶ କରିବ ବୋଲି ସାମନ୍ତରାୟ ସୂଚନା ଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ଲେଖକ ଡ. ପଦ୍ମଜ ପାଳଙ୍କୁ ଆଦିତ୍ୟ ସମ୍ମାନ ୨୦୧୯ ପୁରସ୍କାରରେ ସମ୍ମାନିତ କରାଯାଇଥିଲେ। ସାହିତ୍ୟିକ ଦାଶ ବେନେହୁର ଡ. ପାଳଙ୍କୁ ମାନପତ୍ର, ଉପୋଢୌକନ ଓ ପ୍ରକାଶନ ସଂସ୍ଥା ତରଫରୁ ନଗଦ ୨୫,୦୦୦ ଟଙ୍କା ପ୍ରଦାନ କରିଥିଲେ।

ନୂଆପଡା ଜିଲ୍ଲାରେ ଓଡିଆ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ କରୁଥିବା ରାଧାଶ୍ୟାମ ଦାସଙ୍କୁ ଆଦିତ୍ୟଭାରତ ଭାଷା ସାହିତ୍ୟ ସମାନ ୨୦୧୯ ପୁରସ୍କାର ସ୍ବରୂପ ଉପଢୌକନ ,ମାନପତ୍ର ତଥା ନଗଦ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ପୁସ୍ତକ ଉନ୍ମୋଚନ ପର୍ବରେ ରାଜେନ୍ଦ୍ର ରାଉଳ , ମଦନ ମହାପାତ୍ର, ଅମିୟ ବେଜ, ବିଶ୍ବ ଭାରତ ଦାଶ, ଦେବଶିଷ ସାମନ୍ତରାୟଙ୍କର ୧୦ ଗୋଟି ପୁସ୍ତକ ଉନ୍ମୋଚିତ ହୋଇଥିଲେ ।

ଶେଷରେ ଲେଖକମାନଙ୍କ ସହିତ ବାର୍ତ୍ତାଳାପ ଓ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.