Odisha Link
Bridging the Missing Links in Odisha

‘ମେକ୍‌ ଇନ୍‌ ଇଣ୍ଡିଆ’କୁ କଟାକ୍ଷ କଲେ ରାହୁଲ, କହିଲେ ବାଏ ..

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେନ୍ଦ୍ର ବିରୋଧରେ ବର୍ଷିଛନ୍ତି। ଟୁଇଟ କରି କେନ୍ଦ୍ରକୁ ଟାରର୍ଗେଟ କରିଛନ୍ତି ରାହୁଲ। ସେ ଟୁଇଟ କରି କହିଛନ୍ତି ଯେ, ‘ମେକ୍-ଇନ୍-ଇଣ୍ଡିଆ’ ଏବେ ‘ବାଏ ଫ୍ରମ୍ ଚାଇନା’ ( ଚାଇନାରୁ କିଣ) ହୋଇଛି। ୨୦୧୪ ତୁଳନାରେ ଏବେ ୧୦୦ ପ୍ରତିଶତ ବାହାର ଜିନିଷ ଦେଶରେ ପ୍ରବେଶ କରିଛି। ଯାହାକି, ଶସ୍ତାରେ ବିକ୍ରି ହେଉଛି। କାରଣ ସେହି ଜିନିଷ ଚାଇନା ଦ୍ୱାରା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ରାହୁଲ।

ଏଥିସହ ଆରସିଇପି (ରିଜିଓନାଲ କମ୍ପ୍ରେହେନସିଭ ଇକୋନୋମିକ ପାର୍ଟନରସିପ୍)କୁ ନେଇ ରାହୁଲ କହିଛନ୍ତି, ‘ଆରଇସିପି ଦ୍ୱାରା ଦେଶରେ ଶସ୍ତା ଜିନିଷ ଅଧିକ ବିକ୍ରି ହେବ। ଅନେକ ଲୋକ ଚାକିରି ହରାଇବେ। ଦେଶର ଅର୍ଥନୀତିକୁ ବହୁତ ବଡ଼ କ୍ଷତି ହେବ’।

ସୂଚନାଯୋଗ୍ୟ, ଥାଇଲାଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଆରଇସିପିରେ ଭାରତର ଭାଗିଦାରୀକୁ ନେଇ ଆଲୋଚନା ହେବ। ଏଥିସହ ଥାଇଲାଣ୍ଡ ସହ ଭାରତର ଆରଇସିପିକୁ ନେଇ ଥିବା ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି।

Comments are closed.