Odisha Link
Bridging the Missing Links in Odisha

ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କ ‘ମାଭିକ୍’ ଡ୍ରୋନ୍‌କୁ ନାସାର ପ୍ରଶଂସା, ଆମେରିକାରୁ ଡାକରା

ଅନୁଗୁଳ: ଶୁଭ୍ରାଂଶୁଙ୍କ ‘ମାଭିକ୍’ ଡ୍ରୋନ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି। ଏହି ଡ୍ରୋନ୍‌ ୨୪ ଘଣ୍ଟା ଆକାଶରେ ଉଡିପାରିବା ସହ ୧୫ କେଜିର ଫାଷ୍ଟଏଡ୍‌ ବହନ କରି ତୁରନ୍ତ ଅପହଞ୍ଚ ଅଞ୍ଚଳ କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟକୁ ପହଞ୍ଚିବାର କ୍ଷମତା ରହିଅଛି। ଏଥିରେ ଖଞ୍ଜାଯାଇଥିବା କ୍ୟାମେରାରେ ଡାକ୍ତରଙ୍କ ସହ ସିଧାସଳଖ କଥା କରାଇବା ସହ ଜରୁରୀ ଚିକିତ୍ସାରେ ସହାୟତା ମଧ୍ୟ କରିପାରିବ। ମାତ୍ର ୬୫ ହଜାର ଟଙ୍କାରେ ଏହି ‘ମାଭିକ୍’ ଡ୍ରୋନ୍କୁ ତିଆରି କରିଛନ୍ତି ଅନୁଗୁଳ ଜିଲ୍ଲାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ଯାହାକୁ ନାସା(ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ ସ୍ପେଶ୍‌ ଆଡ୍‌ମିନିଷ୍ଟ୍ରେଶନ) ମନୋନିତ କରିଛି। ଏଥିସହ ୨୦୨୦ ଜାନୁୟାରୀ ପହିଲାରେ ହେବାକୁଥିବା ନାସା ସ୍ପେଶ୍‌ ସେଟେଲ୍‌ମେଣ୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ଆମେରିକାରୁ ଶୁଭ୍ରାଂଶୁଙ୍କୁ ଆସିଛି ଡାକରା।

ସମଗ୍ର ବିଶ୍ବରେ ପରିଚିତ ହେବାକୁ ଯାଉଥିବା ଶୁଭ୍ରାଂଶୁ ବର୍ଷେ ତଳୁ ସ୍କୁଲର ଅଚଳ ଟିଙ୍କରିଙ୍ଗ୍‌ ଲ୍ୟାବ୍ରୁ ହିଁ ଆରମ୍ଭ କରିଥିଲେ ତାଙ୍କ ଗବେଷଣା। ଗତବର୍ଷ ହାତଭାଙ୍ଗି ଯାଇଥିବା ବେଳେ ସେ ଘରେ ବସି ଏହି ‘ମାଭିକ୍’ ଡ୍ରୋନ୍ର ପରିକଳ୍ପନା କରିଥିଲେ।ପରିବାର ଲୋକେ ଏଥିନିମନ୍ତେ ସମସ୍ତ ଉପକରଣ ଯୋଗାଇ ଦେଇଥିଲେ ମାତ୍ର ତିନି ମାସର ପରିଶ୍ରମ ଓ ସ୍କୁଲ ର ତିନି ଜଣ ଶିକ୍ଷକଙ୍କ ସହାୟତୋର ସେ ଏହି ଡ୍ରୋନ୍କୁ ସଂପୂର୍ଣ୍ଣ କରିଛନ୍ତି। ତାଙ୍କ ସ୍ବାରା ପ୍ରସ୍ତୁତ ଏହି ଡ୍ରୋନ୍‌ ଗୁଗୁଲ୍‌ ମ୍ୟାପ୍‌ ଦ୍ବାରା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ବିନା ପ୍ରତିବନ୍ଧକରେ ଯାଇପାରିବ। ବିଶ୍ବରେ ୧୩୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଏହି ପ୍ରକଳ୍ପ ପାଇଁ ସେ ଦ୍ବିତୀୟ ସ୍ଥାନ ପାଇଛନ୍ତି।ଆସନ୍ତା ୨୭ ତାରିଖରେ ଆମେରିକା ଗସ୍ତ କରିବେ ଏବଂ ଏଥିପାଇଁ ଦିଲ୍ଲୀରୁ ପ୍ରଫେସର ଆସି ତାଙ୍କୁ ୧୦ ଦିନର ପ୍ରଶିକ୍ଷଣ ଦେଇସାରିଲେଣି। ଗସ୍ତ ନିମନ୍ତେ ସରକାର ସହାୟତା ଦେବାର ପ୍ରତିଶ୍ରତି ଦେଇଛନ୍ତି। ଆଗାମୀ ଦିନରେ ସେ ଭଏସ୍‌ କଣ୍ଟୋଲ୍‌ କାର୍‌ ଏବଂ ନନ୍‌ ଆକସିଡେଣ୍ଟ କାର୍‌ ନିର୍ମାଣ ନିମନ୍ତେ ସେ ଉଦ୍ୟମ ଜାରି ରଖିଥିବା କହିଛନ୍ତି।

Comments are closed.