Odisha Link
Bridging the Missing Links in Odisha

ଆଖି ଡୋଳାରେ ଥିବା କଳା ଦାଗ ହୋଇପାରେ କ୍ୟାନସରର କାରଣ !

ଭୁବନେଶ୍ବର ଆଖି ହେଉଛି ଶରୀର ପାଇଁ ଅତ୍ୟନ୍ତ ଓ ମୂଲ୍ୟବାନ ସଂମ୍ପଦ । ଦୁନିଆକୁ ଦେଖିବା ବିନା ଅସମ୍ଭ ହୋଇଥାଏ । କେତେ ଲୋକ ଆଖି ପାଇଁ ଯତ୍ନ ଶୀଳ ହୋଇଥାନ୍ତି ତ ଆଉ କେହି ଧ୍ୟାନ ଦେଇନଥାନ୍ତି ।
ତାହା ଆଖିର କ୍ୟାନସର କାରଣ ହୋଇପଡି ଥାଏ । କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। ଏହି ଦାଗକୁ ଅନେକ ଲୋକ କଳାଜାଇ କହିଥା’ନ୍ତି। କିନ୍ତୁ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଆଖିରେ ଥିବା ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ତେଣୁ ଏହି ଦାଗକୁ ତୁରନ୍ତ ଯାଇ ଡାକ୍ତର ଦେଖାଇବା ଉଚିତ୍ ।
ଏହା କଣ ପାଇଁ ହୋଇଥାଏ –
ଏହି ରୋଗ ଅନେକ କାରଣରୁ ହୋଇଥାଏ। ବହୁ ଜଣଙ୍କର ଆଖି ଡୋଳାରେ ଜନ୍ମରୁ କଳା ଦାଗ ରହିଥାଏ । ସମୟ ଅନୁସାରେ ଏହି ଦାଗର ଆକାର ମଧ୍ୟବୃଦ୍ଧି ପାଇଥାଏ। ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ। ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ। ସେହିପରି କିଛି କିଛି ଆଇ ଫ୍ରେକଲ୍‌ସ ଦୃଶ୍ୟମାନ ହୁଅନ୍ତି ନାହିଁ। ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରି ପାରନ୍ତି।

ଏହାର ଲକ୍ଷଣ –
– ଆଖି ନୀଳ ହୋଇଥିବା ବ୍ୟକ୍ତି ମାନଙ୍କ ଆଖି ଚେକ୍‌ କରିବା ପରେ ଏହି ରୋଗ ସଂପର୍କରେ ଜଣାପଡ଼ିଥାଏ ।
– ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ।

ଉପଚାର…
ଆଇ ଫ୍ରେକଲ୍‌ସ ଆଖି କୁ କୌଣସି କ୍ଷତି ପହଞ୍ଚାଇ ନ ଥିଲେ ମଧ୍ୟ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ । କାରଣ ଏହା ଦୃଷ୍ଟି ଶକ୍ତି ପ୍ରତି ବିପଦ କିମ୍ବା କ୍ୟାନସର୍‌ ହେବାର ଆଶଙ୍କା ମଧ୍ୟ ରହିଛି । ଏହି କ୍ୟାନ୍‌ସରକୁ  ‘ମେଲାନୋମା’ କୁହାଯାଏ।

Comments are closed.