Odisha Link
Bridging the Missing Links in Odisha

ଗୁଳି ଆଉ ଏସିଡ ମାଡ କରି ଗହଣା ଦୋକାନରୁ ଲୁଟ୍ ଉଦ୍ୟମ

ମୟୁରଭଞ୍ଜ: ଦିନ ଦ୍ବିପ୍ରହରରେ ଗୁଳି ଆଉ ଏସିଡ ମାଡ କରି ଗହଣା ଦୋକାନରୁ ଗହଣା ଲୁଟି ନେଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ଧରି ନିର୍ଧୁମ ଛେଚିଛନ୍ତି । ସହ ପୋଲିସ ଜିମା ଦେଇଛନ୍ତି।
ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଗହଣା ଦୋକାନରେ। ତେବେ ଦୁର୍ବୃତ୍ତମାନେ ଲୁଟ କରି ଫେରାର ହେଉଥିବା ବେଳେ ଦୁର୍ବୃତ୍ତମାନଙ୍କୁ ସ୍ଥାନୀୟ ଲୋକ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ତିନି ଦୁର୍ବୃତ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Comments are closed.