Odisha Link
Bridging the Missing Links in Odisha

ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ପଛରେ ବିରାଟଙ୍କ ଇଙ୍ଗିତ (ଦେଖନ୍ତୁ ଭିଡିଓ)

ଇନ୍ଦୋର: ଆଜି ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ସେଥିପାଇଁ ମୟଙ୍କ ଅଗ୍ରଓ୍ବାଲଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା। ହେଲେ ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ପୂର୍ବରୁ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ।

ଅଗ୍ରଓ୍ବାଲଙ୍କ ଏହି ଦ୍ୱିଶତକ ମାରିବା ପଛରେ କ୍ୟାପଟେନ୍ କୋହଲିଙ୍କର ବଡ଼ ଭୂମିକା ରହିଛି। ମୟଙ୍କ ଯେତେବେଳେ ଶତକ ମାରିଲେ, ସେ ଡ୍ରେସିଂ ରୁମ୍ ଆଡ଼କୁ ବ୍ୟାଟ୍ ଟେକିଥିଲେ। ସେହି ସମୟରେ ଡ୍ରେସିଂ ରୁମରେ ଉପସ୍ଥିତ କୋହଲି ଗଡେଇ ଗଡେଇ ଖେଳିବା ସହ ଦୁଇ ଅଙ୍ଗୁଳି ଟେକି ଦ୍ୱିଶତକ ମାରିବାକୁ ଇଙ୍ଗିତ କରିଥିଲେ। କୋହଲିଙ୍କ ଏହି ଇଙ୍ଗିତର ଜବାବ ମଧ୍ୟ ଦେଇଥିଲେ ମୟଙ୍କ ଏବଂ ଦ୍ୱିଶତକ ମାରିଥିଲେ। ଏହି ମ୍ୟାଚରେ ମୟଙ୍କ ଆଜିଙ୍କ୍ୟ ରାହାଣେଙ୍କ ସହ ମିଶି ୧୯୦ ରନର ପାର୍ଟନରଶିପ୍ କରିଥିଲେ। ସେ ୨୪୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। ହେଲେ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ତାର କିଛି ଝଲକ ଆଜି ଦେଖିବାକୁ ମଳିଥିଲା।

Comments are closed.