Odisha Link
Bridging the Missing Links in Odisha

‘ଭୁଲ୍-ଭୁଲୈୟା-୨’ରେ ନଜର ଆସିବେ ଏହି ନାୟିକା

ମୁମ୍ବଇ : ବଲିଉଡ ନିର୍ଦ୍ଦେଶକ ଅନେଶ ବାଜମେଙ୍କ ସିନେମା ‘ଭୁଲ୍-ଭୁଲୈୟା-୨’କୁ ଦର୍ଶକ ଖୁବ ଶୀଘ୍ର ଦେଇଖିବାକୁ ପାଇବେ । ୨୦୦୭ ମସିହାରେ ‘ଭୁଲ୍-ଭୁଲୈୟା’ ସିନେମାଟି ରିଲିଜ ହୋଇଥିଲା ’ ,ଏଥିରେ ଅକ୍ଷୟ କୁମାର ଓ ବିଦ୍ୟାୱାଲନ ଲିଡ୍ ଚରିତ୍ରରେ ଅଭିନୟ କରିଥିଲେ । ସିନେମାଟି ଦର୍ଶକଙ୍କ ମନକୁ ବେଶ୍ ପସନ୍ଦ ଆସିଥିଲା । ଭୁଲ୍-ଭୁଲୈୟା-୨’ ରେ ଅକ୍ଷୟଙ୍କ ପରିବର୍ତ୍ତେ କାର୍ତ୍ତକ ଆର୍ୟ୍ୟନ୍ ଙ୍କୁ ଦେଖିବାକୁ ମିଳିବା ସହ ତାଙ୍କ ବିପକ୍ଷରେ କିଆରା ଆଡଭାନୀ ମଧ୍ୟ ନଜର ଆସିବେ ।


ସୂଚନା ଅନୁସାରେ ଏହି ସିନେମାରେ ତବୁ ଏଣ୍ଟ୍ରି କରିଛନ୍ତି । ତବୁଙ୍କୁ ଏହି ସିନେମାର ସ୍କ୍ରିପ୍ଟ ଓ ନିଜ ଚରିତ୍ର ପସନ୍ଦ ଆସିଥିବା କଥା ନିର୍ମାତା କହିଛନ୍ତି । ସେ ଜାନୁଆରି ମାସରେ ଲଣ୍ଡନ ଓ ରାଜସ୍ଥାନରେ ଶୁଟିଂ କରିବେ । ସିନେମାଟିକୁ ଜୁଲାଇ ୩୧, ୨୦୨୦ ରେ ଦର୍ଶକ ପରଦାରେ ଦେଖିବାକୁ ପାଇବେ ।

Comments are closed.