Odisha Link
Bridging the Missing Links in Odisha

ଇନ୍ଦୋର ଟେଷ୍ଟ: ଭାରତର ଇନିଂସ ବିଜୟ, ୧-୦ରେ ଆଗୁଆ

ଇନ୍ଦୋର: ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଇନିଂସ ବିଜୟ। ଏହି ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟ ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନକୁ ଆଧାର କରି ବିରାଟ୍ ବ୍ରିଗେଡ୍ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଛି। ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ନଭେମ୍ବର ୨୨ ତାରିଖରୁ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆରମ୍ଭ ହେବ। ଇଡେନରେ ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନମାନେ ଦମଦାର ପ୍ରଦର୍ଶନ କରି ଦିବାରାତ୍ର ଟେଷ୍ଟ ପାଇଁ ଭଲ ପ୍ରସ୍ତୁତି କରିଛନ୍ତି।

ବାଂଲାଦେଶର ପ୍ରଥମ ଇନିଂସ୍ ସ୍କୋର ୧୫୦ ରନ୍ ଜବାବରେ ଭାରତ ୬ ୱିକେଟ୍ ହରାଇ ୪୯୩ ରନ୍ କରି ପାଳି ଘୋଷଣା କରିଥିଲା। ଦ୍ୱିତୀୟ ଇନିଂସରେ ମୁଶଫିକର ରହିମ (୬୪) ଙ୍କୁ ଛାଡ଼ି ଦେଲେ ବାଂଲାଦେଶର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠିପାରିନଥିଲେ। ଯାହା ଫଳରେ ଭ୍ରମଣକାରୀ ଟିମ୍ ଦ୍ୱିତୀୟ ଇନିଂସରେ ୨୧୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ସଫଳ ବୋଲର ଭାବେ ମହମ୍ମଦ ଶାମି ୩୧ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି। କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଥିବା ମୟଙ୍କ ଅଗ୍ରୱାଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ୍ ୧୫୦
ଭାରତ ପ୍ରଥମ ଇନିଂସ୍ ୪୯୩/୬ (ଘୋଷିତ)
ବାଂଲାଦେଶ ଦ୍ୱିତୀୟ ଇନିଂସ୍ ୨୧୩ (ମୁଶଫିକର୍ ରହିମ୍ ୬୪, ମେହିଦୀ ହାସନ୍ ମିରାଜ ୩୮, ଲିଟନ୍ ଦାସ ୩୫, ମହମ୍ମଦ ମିଥୁନ୍ ୧୮, ମହମଦୁଲ୍ଲା ୧୫, ମହମ୍ମଦ ଶାମି ୪/୩୧, ରବିଚନ୍ଦ୍ରନ୍ ଅଶ୍ୱିନ୍ ୩/୪୨, ଉମେଶ ଯାଦବ ୨/୫୧)

Comments are closed.