Odisha Link
Bridging the Missing Links in Odisha

ପରଲୋକରେ ଗୋଆ ଡିଜିପି ପ୍ରଣବ ନନ୍ଦ

ପାଣାଜୀ: ଆଜି ଆକସ୍ମିକ ଭାବେ ଗୋଆ ଡିଜିପି ପ୍ରଣବ ନନ୍ଦଙ୍କ ଦେହାନ୍ତ ଘଟିଛି। ଶୁକ୍ରବାର ସେ ଗୋଆରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଦିଲ୍ଲୀ ଯାଇଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ସେଠାରେ ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା। ଶ୍ରୀ ନନ୍ଦଙ୍କ ଦେହାନ୍ତ ଖବର ସମ୍ପର୍କରେ ସୂଚନା ଦେଇ ଆଇଜି ଜସପାଲ ସିଂହ କହିଛନ୍ତି, “ଆମେ ଶ୍ରୀ ନନ୍ଦଙ୍କ ପରିବାର ଲୋକଙ୍କ ଠାରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇଛୁ। ଏହା ଆମକୁ ସ୍ତବ୍ଧ କରିଦେଇଛି।”

ପ୍ରଣବ ନନ୍ଦ ହେଉଛନ୍ତି ୧୯୮୮ ବ୍ୟାଚ୍‌ର ଆଇପିଏସ ଅଫିସର। ସେ ଅରୁଣାଚଳ ପ୍ରଦେଶ, ମିଜୋରାମ ଓ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳର କ୍ୟାଡର। ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଗୋଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଣବଙ୍କ ପତ୍ନୀ ସୁନ୍ଦରାଇ ମଧ୍ୟ ପୁଡୁଚେରୀ ଡିଜିପି ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରୀ ନନ୍ଦ ଗୋଆ ଡିଜିପି ହେବା ପୂର୍ବରୁ ଦୀର୍ଘ ୨ ଦଶନ୍ଧି ଧରି ଇଣ୍ଟେଲଜେନ୍ସ ବ୍ୟୁରୋରେ କାର୍ଯ୍ୟ କରୁଥିଲେ। ଡିଜିପି ନନ୍ଦଙ୍କ ବିୟୋଗରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

Comments are closed.