Odisha Link
Bridging the Missing Links in Odisha

ବିଜେପିକୁ ଟାର୍ଗେଟ କଲା ଶିବସେନା, କହିଲା ବିଧାୟକ କିଣାବିକା…

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ମଧ୍ୟ ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି। ସରକାର ଗଠନ ନିମନ୍ତେ ଗୋଟିଏ ପଟେ ଶିବସେନା, କଂଗ୍ରେସ ଓ ଏନସିପି ଏକତ୍ର ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ସରକାର ଗଠନ ନିମନ୍ତେ ଚଲାଇଛି ପ୍ରସ୍ତୁତି। ଏହାରିମଧ୍ୟରେ ବିଜେପିକୁ ଉପରେ ଆରୋପ ଆଣିଛି ଶିବସେନା। ବିଜେପି ବିଧାୟକଙ୍କୁ କିଣାବିକା କରୁଛି ବୋଲି ଆରୋପ ଆଣିଛି ଶିବସେନା।

ଶିବସନୋ ତାର ମୁଖପତ୍ର ସାମନାରେ ବିଜେପିକୁ ଟାର୍ଗେଟ କରି ଲେଖିଛି ଯେ, ମହରାଷ୍ଟ୍ରରେ ନୂଆ ସମୀକରଣ ହେବାକୁ ଯାଉଥିବା ଦେଖି କେତେ ଜଣଙ୍କ ପେଟରେ ପୀଡ଼ା ଆରମ୍ଭ ହୋଇଯାଇଛି। ଏଥିସହିତ କିଛି ଲୋକ କହୁଛନ୍ତି ଯଦି ସରକାର ବି ଗଠନ ହେଲା ତାହା କେମିତି ଓ କେତେ ଦିନ ଧରି ସରକାରରେ ତିଷ୍ଠି ରହିବେ ବୋଲି କହୁଛନ୍ତି। ଆମେ ମହାରାଷ୍ଟ୍ରର ମାଲିକ ଏବଂ ଦେଶର ବାପା। ଏଭଳି କିଛି ଲାଗୁଥିଲେ ଏପରି ମାନସିକତାରୁ ବାହାରି ପଡ଼ନ୍ତୁ। ଏଭଳି ମାନସିକତା ଅବସ୍ଥା ‘୧୦୫’ ବାଲାଙ୍କ ସ୍ବାସ୍ଥ୍ୟପଖେ ହାନିକାରକ ବୋଲି ସାମନାରେ ଉଲ୍ଲେଖ ରହିଛି।

Comments are closed.