Odisha Link
Bridging the Missing Links in Odisha

ଯୋଗାଣ ବିଭାଗ ପକ୍ଷରୁ ସୁଲଭ ମୂଲ୍ୟରେ ପିଆଜ ବିକ୍ରି

ଭୁବନେଶ୍ୱର : ରାଜ୍ୟରେ ପିଆଜର ମୂଲ୍ୟବୃଦ୍ଧି ହେତୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।  ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରୁ ପିଆଜ କିଣି ବିନା ଲାଭ ଓ କ୍ଷତିରେ ସୁଲଭ ମୂଲ୍ୟ ଦୋକାନ ଏବଂ ମୈତ୍ରୀ ଷ୍ଟୋରରେ ପିଆଜ ବିକ୍ରି କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କୁ ପତ୍ର ଲେଖା ଯାଇଥିବା ପରିପ୍ରେକ୍ଷୀରେ ଜିଲ୍ଲାଗୁଡ଼ିକରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି କରାଯାଉଛି । ରିପୋର୍ଟ ଅନୁଯାୟୀ ବିଭାଗ ପକ୍ଷରୁ ଅନୁଗୋଳଠାରେ ୬୭ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୫ ଟଙ୍କା ମଧ୍ୟରେ ବିକ୍ରି ହେଉଛି ।

ସେହିପରି କଟକର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୪୯ ଟଙ୍କା, ସଞ୍ଚଲ ପୁରର ୨ଟି ସ୍ଥାନରେ କେଜି ପିଛା ୫୨ ଟଙ୍କା, ବଲାଙ୍ଗୀରର ୫ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ଝାରସୁଗୁଡ଼ାର ୬ଟି ସ୍ଥାନରେ ୫୮ ଟଙ୍କା, ଖୋର୍ଦ୍ଧାର ୭ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା, ମୟୂରଭଞ୍ଜର ୩୫ଟି ସ୍ଥାନରେ କେଜି ପିଛା ୫୦ରୁ ୫୨ ଟଙ୍କା, ଢେଙ୍କାନାଳର ୧୭ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା, ଭଦ୍ରକର ୭ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା, ନୂଆ ପଡ଼ାର ୨ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା, ଜୟ ପୁରର ୪ଟି ସ୍ଥାନରେ କେଜି ପିଛା ୫୦ ଟଙ୍କା, ବ୍ରହ୍ମ ପୁରର ୧୦ଟି ସ୍ଥାନରେ କେଜି ପିଛା ୪୪ ଟଙ୍କା, ଭବାନୀ ପାଟଣାର ୧୨ଟି ସ୍ଥାନରେ କେଜି ପିଛା ୪୮ ଟଙ୍କା, ବାଲେଶ୍ୱରର ୧୭ଟି ସ୍ଥାନରେ କେଜି ପିଛା ୫୨ ଟଙ୍କା, କେନ୍ଦ୍ରା ପଡ଼ାର ୬ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, କେଉଁଝରର ୧୩ଟି ସ୍ଥାନରେ କେଜି ପିଛା ୫୨ ଟଙ୍କା, ରାୟଗଡ଼ାର ଗୋଟିଏ ସ୍ଥାନରେ କେଜି ପିଛା ୪୩ ଟଙ୍କା, ନୟାଗଡ଼ର ଗୋଟିଏ ସ୍ଥାନରେ କେଜି ପିଛା ୫୦ ଟଙ୍କା, ସୁବର୍ଣ୍ଣ ପୁରର ୬ଟି ସ୍ଥାନରେ କେଜି ପିଛା ୫୬ ଟଙ୍କା, ପୁରୀର ୭ଟି ଜାଗାରେ କେଜି ପିଛା ୫୦ ଟଙ୍କା, ସୁନ୍ଦରଗଡ଼ର ୩୧ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ନବରଙ୍ଗ ପୁରର ୮ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, କନ୍ଧମାଳର ଗୋଟିଏ ସ୍ଥାନରେ କେଜି ପିଛା ୪୮ ଟଙ୍କା, ବରଗଡ଼ର ୬ଟି ସ୍ଥାନରେ କେଜି ପିଛା ୫୫ ଟଙ୍କା, ଜଗତସିଂହ ପୁରର ୨ଟି ସ୍ଥାନରେ କେଜି ପିଛା ୪୫ ଟଙ୍କା ଏବଂ ଯାଜ ପୁରର ୩ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ କେଜି ପିଛା ୫୨ ଟଙ୍କାରେ ବିକ୍ରୟ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ଯୋଗାଣ ବିଭାଗ ତରଫରୁ ୨୭୯ଟି ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି କରାଯାଉଛି ।

Comments are closed.