Odisha Link
Bridging the Missing Links in Odisha

ଗଞ୍ଜେଇ ଚାଷକୁ ମିଳିବ ସରକାରୀ ସ୍ବୀକୃତି, ଆସନ୍ତାକାଲି ପ୍ରଥମ ବୈଠକ

ଭୁବନେଶ୍ବର: ଆଗରୁ ଗଞ୍ଜେଇ ଚାଷ ରାଜ୍ୟରେ ଅବୈଧ ଥିଲା। ବେପାରୀମାନେ ଲୁଚାଛପାରେ ଗଞ୍ଜେଇ ଚାଷ କରୁଥିଲେ ଓ ଧରାପଡ଼ି କଡ଼ା ଦଣ୍ଡ ଭୋଗୁଥିଲେ। ହେଲେ ଖୁବ୍‌ ଶୀଘ୍ର ସରକାର ଅବକାରୀ ନୀତିରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଗଞ୍ଜେଇ ଚାଷକୁ ବୈଧ କରିବା ପାଇଁ ଆସନ୍ତାକାଲି (୧୯ ନଭେମ୍ବର) ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ଏକ ବୈଠକ ବସୁଛି।

ମଦ ବିକ୍ରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେବା ପରେ ଏବେ ରାଜ୍ୟ ସରକାର ବ୍ୟାପକ ସମାଲୋଚନାର ଶୀକାର ହୋଇଛନ୍ତି। ମଦ ତାତି ଥମିନଥିବା ବେଳେ ଏବେ ଗଞ୍ଜେଇ ଚାଷ ବୈଧ କରିବାକୁ ଅବକାରୀ ବିଭାଗ ଯୋଜନା କରୁଛି।

ଚଳିତ ମାସ ୮ ତାରିଖରେ ଅବକାରୀ ବିଭାଗ ଯୁଗ୍ମ ସଚିବ ବିଭାଗୀୟ ଆୟୁକ୍ତମାନଙ୍କୁ ଚିଠିରେ ଜଣାଇଛନ୍ତି ଯେ, ଆସନ୍ତା ନଭେମ୍ବର ୧୯ ତାରିଖ ସକାଳ ୧୦ଟା ୩୦ରେ ବିଭାଗୀୟ ସଚିବଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ରାଜ୍ୟରେ ଗଞ୍ଜେଇ ଚାଷ କରାଯିବା ନେଇ ଆଲୋଚନା ଓ ନିଷ୍ପତ୍ତି ନିଆଯିବ ବୋଲି ଉଲ୍ଲେଖ ରହିଛି।

Comments are closed.